ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଓଂପାୟାରିଂଗକୁ ନେଇ ବିବାଦ ଏବେ ପୁଣି ୱିକେଟକିପିଂ ଦ୍ୱାରା ଧୋନୀଙ୍କ ଗ୍ଲୋବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ରିକେଟ ବିଶ୍ୱକପ୍ ଆରମ୍ଭରୁ ହିଁ ବିବାଦ ଘେରକୁ ଟାଣି ହୋଇଛି । ଆଜ୍ଞା ହଁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନୀ ତାଙ୍କ ହାତରେ କମାଣ୍ଡଙ୍କ ବଳିଦାନ ଚିହ୍ନର ଗ୍ଲୋବ୍ସ ବ୍ୟବହାର କରିବା ମାମଲାରେ ଆଇସିସି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି ଏବଂ ପୁର୍ନବାର ସେହି ଗ୍ଲୋବ୍ସକୁ ପିନ୍ଧବା ପାଇଁ ଧୋନୀଙ୍କୁ ମନା କରି ଦିଆଯାଇଛି ।
ଆଇସିସି ର ନିୟମାନୁଯାୟୀ କ୍ରିକେଟ ବିଶ୍ୱକପ ୨୦୧୯ ରେ ଧୋନୀଙ୍କୁ ଯବାନଙ୍କ ବଳିଦାନ ବ୍ୟାଜ୍ ର ଗ୍ଲୋବ୍ସକୁ ପିନ୍ଧବା ପାଇଁ ରୋକ ଲଗାଯାଇଛି । ଆଇସିସି ଦ୍ୱାରା ଜାରି କରାଯାଇଥିବା ବୟାନ ମୁତାବକ, ବଳିଦାନ ଚିହ୍ନ ଥିବା ଗ୍ଲୋବ୍ସ ପିନ୍ଧି ଧୋନୀ ଦୁଇଟି ନିୟମ ଭାଙ୍ଗିଛନ୍ତି । ଆଇସିସି ଇଭେଣ୍ଟର ନିୟମ ଅନୁଯାୟୀ କୌଣସି ବ୍ୟକ୍ତିଗତ ସନ୍ଦେଶ କିମ୍ବା ଲୋକଙ୍କୁ କୌଣସି ଜିନିଷ ବା କପଡା ଉପରେ ଦେଖାଇବାର ଅନୁମତି ଦିଆଯାଏ ନାହିଁ । ଏହାସହିତ ଏହି ଚିହ୍ନ ୱିକେଟକିପରଙ୍କ ଗ୍ଲୋବ୍ସକୁ ନେଇ ଜାରି ହୋଇଥିବା ନିୟମକୁ ଭଙ୍ଗ କରିଛି ।
ଆଇସିସି ର ଏହି ନିଷ୍ପତି ପରେ ଏବେ ପ୍ରଶ୍ନ ଉଠୁଛି କି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୋନୀ ସେହି ଗ୍ଲୋବ୍ସ ପିନ୍ଧି ଖେଳିବେ ନା ଆଇସିସି ବିରୋଧରେ ଯିବେ । ଯଦି ଆଇସିସିର ଏହି ନିୟମକୁ ଧୋନୀ ଅବମାନନା କରନ୍ତି ତେବେ ଏହାର ଫଳଫଳ କ’ଣ ହେବ ଆସନ୍ତୁ ଜାଣିବା ।
ଆଇସିସିର ନିୟମ କହୁଛି କି ଏଭଳି ଭୁଲ୍ ପାଇଁ ପ୍ରଥମେ ଖେଳାଳୀଙ୍କୁ କଡା ଜବାବ ଦିଆଯାଇଥାଏ । ସେହିପରି ପୁର୍ନବାର ଏହି ନିୟମ ଭାଙ୍ଗିବା ଦ୍ୱାରା ଜୋରିମନା ଲାଗୁ କରାଯାଏ । ଧୋନୀଙ୍କ ମାମଲାରେ ଏପର୍ଯ୍ୟନ୍ତ ଆଇସିସି ପକ୍ଷରୁ କୌଣସି କଡା ଜବାବ ଦିଆଯାଇ ନାହିଁ । କେବଳ ଆଇସିସି ପକ୍ଷରୁ ବିସିସିଆଈକୁ କୁହାଯାଇ ଧୋନୀଙ୍କୁ ଏହି ଗ୍ଲୋବ୍ସ ନ ପିନ୍ଧିବାକୁ କୁହାଯାଇଛି । ଆସିସିର ନିଷ୍ପତି ପରେ ଏବେ ଧୋନୀଙ୍କୁ ଏହି ଗ୍ଲୋବ୍ସ ବଦଳାଇବାକୁ ପଡିବ ନଚେତ୍ ସେହି ଚିହ୍ନକୁ ଲୁଚାଇବାକୁ ପଡିବ । ଯଦି ଏହି ନିୟମକୁ ଧୋନୀ ନମାନନ୍ତି ତେବେ ତାଙ୍କ ମ୍ୟାଚ୍ ଫିରୁ ୨୫ ରୁ ୭୫ ପ୍ରତିଶତ କଟାଯାଇପାରେ ।