ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏତେ ଉନ୍ନତ ହୋଇ ଗଲାଣି ଯେ ଦୁନିଆରେ ଅସମ୍ଭବ ବୋଲି କୌଣସି ଶବ୍ଦ ହିଁ ନାହିଁ । ବର୍ତ୍ତମାନ ଆମେ ଯେଉଁ ସ୍ମାର୍ଟ ଫୋନ ବ୍ୟବହାର କରୁଛେ ତାହାକୁ ଆମେ ନିଜ ହାତ ମାଧ୍ୟମରେ ନିୟନ୍ତ୍ରଣ କରୁଛେ । ଆମେ ଯାହା ପାଖକୁ ଫୋନ ଲଗାଇବା ହେଉ ଅବା ଇଣ୍ଟରନେଟ ଚଳାଇବା ପାଇଁ ଆମେ ହାତରେ ଫୋନର ଯେଉଁ ବଟନରେ ହାତ ମାରୁ ସେ ସେହି ଅନୁସାରେ କାମ କରେ । ତା ନହେଲେ ଭଏସ ମାଧ୍ୟମରେ ଆମେ ଫୋନକୁ ଯାହା ନିର୍ଦେଶ ଦେଇଥାଉ ଆମ ଫୋନ ସେଇଆ କରିଥାଏ । ଏବେ କିନ୍ତୁ ଏମିତି ଏକ ଫୋନ ବଜାରକୁ ଆସିବାକୁ ଯାଉଛି ଯାହା ଆପଣଙ୍କ ମନର କଥା ବୁଝିପାରିବ । ଆପଣ ଯାହା ଭାବୁଛନ୍ତି ସେ ତାହା ଆପେ ଆପେ କରିଦେବ ।
ଏମିିତି ଏକ ନୂଆ ଫୋନ ନିର୍ମାଣ କରିବାକୁ ଯାଉଛି ପ୍ରଯୁକ୍ତି ବିଦ୍ୟାର ଗନ୍ତାଘର ଚାଇନା । ମନସ୍ତତ୍ୱ ପଢି ପାରିବା ଭଳି ଏକ ଚିପ ମଧ୍ୟ ଚାଇନା ନିର୍ମାଣ କରିସାରିଛି । ଚିନରେ ଆୟୋଜିତ ୱାଲ୍ଡ ଇଣ୍ଟେଲିଜେନଓ କାର୍ଯ୍ୟକ୍ରମରେ ମସ୍ତିଷ୍କକୁ ପଢିପାରୁଥିବା ଭଳି ଏକ ଚିପ୍ ର ପ୍ରଦର୍ଶନ କରିଛ ଚିିନ୍ । ଯାହା ଆକଳନ କରାଯାଉଛି ଆଗାମୀ ଦିନରେ କମ୍ପ୍ୟୁଟର ସହିତ ସ୍ମାର୍ଟ ଫୋନରେ ଏହି ନୂତନ ଟେକନୋଲୋଜି ଆପଣେଇବ ଚିନ । ଏହି ଚିପ୍ ର ନାମ ବ୍ରେନ ଟ୍ରାକର ନାମରେ ନାମିତ କରାଯାଇଛି । ଏହା ଏକ ବିଦ୍ୟୁତିକ ତରଙ୍ଗ ମାଧ୍ୟମରେ ମଣିଷର ମନର କଥାକୁ ବୁଝି ପାରିବ ।
ଏହି ଚିପ କୁ ତିୟାନଜିନ ୟୁନିଭରସିଟି ଏବଂ ଚାଇନା ଇଲେକ୍ଟ୍ରୋନିକ କର୍ପୋରେସନର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଛି । ଚିପ କୁ ନିର୍ମାଣ କରିଥିବା ବୈଜ୍ଞାନିକଙ୍କ କହିବା କଥା ଏହି ଚିପ ଦ୍ୱାରା କମ୍ପ୍ୟୁଟର, ସ୍ମାର୍ଟ ଫୋନ ଏବଂ ଅନ୍ୟ ଡିଭାଇସ ଗୁଡିକ ପରିଚାଳିତ ହୋଇ ପାରିବ । ଯାହା ଶିକ୍ଷା, ସୁରକ୍ଷା ଓ ମନୋରଞ୍ଜନ କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବ । ଆହୁରି ମଧ୍ୟ ସେ କହିଛନ୍ତି ଆପଣ ଯାହା ଚିନ୍ତା କରିବେ ଚିପ ସେଇ ହିସାବରେ ପ୍ରତିକ୍ରିୟା ଦେବା ସହିତ ଡିଭାଇସକୁ ନିୟନ୍ତ୍ରଣ କରିବ ।