ନୟାଗଡ (ଏଟିଆର ବ୍ୟୁରୋ); ମରିଗଲା ମଣିଷ ପଣିଆଁ । ଦେହର ଭୋକ ମେଣ୍ଟେଇବାକୁ ଯାଇ ଜଣେ ଯୁବକ ୫ବର୍ଷର ଶିଶୁକୁ କରିଛି ଦୁଷ୍କର୍ମ । ନୟାଗଡ ଜିଲ୍ଲା ଇଟାମାଟିରୁ ଆସିଛି ଏଭଳି ଲଜ୍ୟା ଜନକ ଖବର । ନାବାଳିକାଙ୍କ ବାପା ଥାନରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ଗୁଣ୍ଡୁରୀ ବେହେରା(୨୨) ପୋଲିସ ଅଟକ ରଖି ପଚରା ଉଚରା କରୁଛି । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ଡାକ୍ତରୀ ମାଇନା କରାଯାଇଛି ।
ଗୁଣ୍ଡୁରୀ ବେହେରା ଦେହର ଭୋକ ମେଣ୍ଟେଇବା ପାଇଁ ଖସି ଯାଇଥିଲା ତଳକୁ । ଆଇସକ୍ରିମ ଏବଂ ଚକୋଲେଟ ଦେଇ ନିଛାଟିଆ ସ୍ଥାନରେ କରିଛି ଦୁଷ୍କର୍ମ । ତେବେ ଗତକାଲି ରାତିରେ ଶିଶୁଜଣକ ପରିଶ୍ରା କରୁଥିବା ବେଳେ ଯନ୍ତ୍ରଣା ଅନୁଭବ କରିଥିଲା । ତାଙ୍କ ମା ପଚାରିବା ପରେ ଝିଅ ସବୁକଥା କହିଥିଲା । ଏହାପରେ ପିଡିତାଙ୍କ ବାପା ଇଟାମାଟି ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୁକ୍ତ ଗୁଣ୍ଡୁରୀକୁ ଅଟକ ରଖି ପଚରା ଉଚରା କରୁଛି ।
ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ଯିଏ ଏହି କଥା ଶୁଣୁଛି ସେ ଗୁଣ୍ଡରୀକୁ ଛି ଛି କରୁଛି । ଇଟାମାଟି ଅଞ୍ଚଳରେ ଏଭଳି ଘଟଣା ପ୍ରଥମ । ଦିନକୁ ଦିନ ଏଭଳି ଅଭାବନୀୟ ଘଟଣା ବଢ଼ିବାରେ ଲାଗିଛି । ଦେହ ଲୋଭିଙ୍କ ଦୃଷ୍ଟିରୁ କେହି ବି ବାଦ ପଡୁ ନାହାଁନ୍ତି । ବୃଦ୍ଧ ବିଧବାଙ୍କଠାରୁ ଆରମ୍ଭ କରି ଛୋଟ ଶିଶୁ । ତେବେ ଏସବୁ କେବେ ବନ୍ଦ ହେବ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।