ବରଗଡ (ଏଟିଆର ବ୍ୟୁରୋ); ବଜ୍ରପାତରେ ଯାଉଛି ଜୀବନ । ବରଗଡ ଜିଲ୍ଲାରେ ଶନିବାର ୪ଜଣଙ୍କ ଜୀବନ ଯାଇଥିବା ବେଳେ ଝ।।ରସୁଗୁଡା ଜିଲ୍ଲାର ଜଣଙ୍କର ମୃତ୍ୟୁ ହୋଇଛି । ୫ଜଣଙ୍କ ମୃତ୍ୟୁ ହେବା ପରେ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ମେଲଛାମୁଣ୍ଡା ଥାନା ବାେନ୍ଧନବାହାଲି ଗାଁରେ ବଜ୍ରପାତରେ ଯାଜ୍ଞସେନୀ ବାଗ (୨୪)ଙ୍କ ମୃତ୍ୟୁ ହୋଇଛି। ଯାଜ୍ଞସେନୀ ଅପରାହ୍ନ ୩ଟା ବେଳେ ଗଛ ତଳେ ଟୋଲ୍ ଗୋଟାଉ ଥିବାସମୟରେ ବଜ୍ରାଘାତ ହେବାରୁ ସେ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋହେଲା ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପଦ୍ମପୁର ଥାନା ସର୍ଗିବାହାଲ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।ସେହି ଗ୍ରାମର କୈଳାଶ ବରିହା (୪୫) ଓ ତାଙ୍କ ସ୍ତ୍ରୀ କିଶୋରୀ ବରିହା (୪୧) କାଲି ରାତିରେ ଘରେ ଶୋଇଥିବା ସମୟରେ ବଜ୍ରପାତ ହେବା ଯୋଗୁଁ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ଶୋଇଥିବା ଅବସ୍ଥାରେ ମୄତ୍ୟୁ ଘଟିଛି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ କମିରା ଗାଁର ସୁଦନ ଛନ୍ଦ (୨୪)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। କମିରା ଗାଁର ସୁଦନ ସରଗୁଣା ଗାଁକୁ ବଢ଼େଇ କାମ କରିବାକୁ ଆସିଥିଲେ। ସଂଧ୍ୟା ପ୍ରାୟ ୭ଟାରେ ସେ ନିଜ ଗାଁକୁ ଫେରୁଥିବା ବେଳେ ଝଡ଼ପବନ ହୋଇଥିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଅନ୍ତର୍ଗତ ନୂଆଁପାଲି ଗ୍ରାମର ଉପେନ୍ଦ୍ର ଭୁଏ (୫୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଉପେନ୍ଦ୍ର ଓ ତାଙ୍କ ସ୍ତ୍ରୀ ସବିତା ଖତ ନେଇ ବିଲକୁ ଯାଉଥିବା ବେଳେ ବଜ୍ରପାତରେ ଉପେନ୍ଦ୍ର ଟଳି ପଡ଼ିଥିଲେ।