ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ସୋମବାର ପୁଲୱାମାରେ ହୋଇଥିବା ବିଷ୍ପୋରଣରେ ପ୍ରାଣ ହରାଇଥିବା ଅଜିତ ସାହୁଙ୍କ କଫିନ ଉପରେ ବିଜେଡି ପତାକା ଘୋଡାଯିବାକୁ ନେଇ ବିଜେଡିକୁ ଘେରିଛି ବିଜେଡି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦାବି କରିଛି ବିଜେଡି ସଭାପତି ଏଥି ପାଇଁ କ୍ଷମା ମାଗୁ ବୋଲି । ବିଜେପିର ପୂର୍ବତନ ସୈନିକ ସେଲ୍ ରାଜ୍ୟ ଆବାହକ ବି.କେ ବସ୍ତିଆ କହିଛନ୍ତି,“ସହିଦଙ୍କ ମରଶରୀର ଉପରେ ଦଳୀୟ ପତାକା ଢାଙ୍କିବା ସାରାଦେଶ ପାଇଁ ଅପମାନର କଥା।
ଏଥିପାଇଁ ବିଜୁ ଜନତା ଦଳର ସଭାପତି କ୍ଷମା ପ୍ରାର୍ଥନା କରନ୍ତୁ। ଭବିଷ୍ୟତରେ ଯେମିତି ଏପରି ଘଟଣା ନଘଟେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।” ଶ୍ରୀ ବସ୍ତିଆ ଆହୁରି ମଧ୍ୟ କହିଛନ୍ତି ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ବିଜେଡି ସହିଦଙ୍କୁ ଅପମାନ କରିଛି। ପୁଲୱାମାରେ ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ଜଣେ ବିଜେଡି ନେତା ଧକ୍କା ମାରିଥିଲେ।” ଏମିତି କହି ସେ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି।
ସହିଦଙ୍କ ପିଉସୀ ପୁଅ ପରମେଶ୍ୱର ସାହୁ କହିଛନ୍ତି ଏ ଘଟଣାକୁ ନେଇ ରାଜନୀତି କରା ନଯାଉ ବୋଲି । ସୂଚନାଯ୍ୟୋ ଖୁଣ୍ଟୁଣୀରେ ସହିଦ ଅଜିତ୍ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ କିଛି ଲୋକ ବିଜେଡି ପତାକା ଘୋଡ଼ାଇ ଦେଇଥିଲେ ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର ଦାର ହୋଇଛି । ଆଜି ଏନେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଟ୍ୱିଟ କରି ଘଟଣାକୁ ନିନ୍ଦା କରିଥିଲେ ।