ମେଷ: ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ବଡ଼ ବ୍ୟବସାୟ ଗ୍ରୁପରେ ଭାଗୀଦାରି ହୋଇପାରନ୍ତି। ଅଫିସ୍ କାମରେ ସହର ବାହାରକୁ ଯାଇପାରନ୍ତି। ପ୍ରେମିକାଙ୍କୁ କିଛି ଉପହାର ଦିଅନ୍ତୁ, ସମ୍ବନ୍ଧରେ ଆହୁରି ମଧୁରତା ଆସିବ।
ବୃଷ – ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ଧର୍ମପ୍ରିୟ ପଣ୍ଡିତ ଓ ଶିଳ୍ପ ପାରଦର୍ଶୀ ହେବେ । ହାସ୍ୟଯୁକ୍ତ ଯୁବତୀ ପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ । ଶାସ୍ତ୍ରଜ୍ଞ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ରାଜପୁଜା ମିଳିବାର ସୁଯୋଗ ଜୁଟିଛି ।
ମିଥୁନ – ନିଜ କାର୍ୟ୍ୟ ଆନନ୍ଦଦାୟକ ହୋଇପାରେ । ବନ୍ଧୁ ସୁଖ ମିଳିବ । ଥଣ୍ଡା, କଫରେ ପୀଡିତ ହୋଇପାରନ୍ତି । ଅଧିକ ଶ୍ରମ ସ୍ୱୀକାର କରିବାକୁ ବାଧ୍ୟ ହେବେ । ମନ ଆତୁରିତ ହୋଇପାରେ । କାର୍ୟ୍ୟ ହାସଲ ପାଇଁ ଲଢେଇ କରି ବିଜୟୀ ହେବେ ।
କର୍କଟ: ପୂଜା-ପାଠରେ ଅଧିକ ସମୟ ବିତିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ମଜବୁତ ହେବ। ଉନ୍ନତି ଲାଗି ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଛାତ୍ରଙ୍କୁ କୌଣସି ମିତ୍ରଙ୍କର ସାହାଯ୍ୟ ମିଳିବ।
ସି˚ହ: କୌଣସି ନା କୌଣସି ସମସ୍ୟାର ମୁକାବିଲା କରିବେ। ଏକାଗ୍ରତା ସହିତ କାମ କରନ୍ତୁ, ପରିଶ୍ରମର ଫଳ ପାଇବେ। କୋର୍ଟ କଚେରି ମାମଲା ବଢ଼ିଆ ଭାବେ ପୂରା ହେବ। ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ।
କନ୍ୟା – ଅଭାବ ମେଣ୍ଟାଇ ପାରନ୍ତି । ଶତ୍ରୁବୃଦ୍ଧି ହେଲେ ବି ତାକୁ ଦମନ କରିବାକୁ ସକ୍ଷମ ହେବେ । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ, ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ତୁଳା: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। କ୍ୟାରିଅର ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। ଘରକୁ ଅତିଥି ଆସିବା ହେତୁ ପରିବାରରେ ଖୁସିର ବାତାବରଣ ରହିବ। ଛାତ୍ରଙ୍କ କ୍ୟାରିଅରରେ ବଡ଼ ସଫଳତା ମିଳିବ।
ବିଛା: ଦିନଟି ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ। ସରକାରୀ କାମରେ କୌଣସି ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ। କୌଣସି ଭଲ ଖବର ମିଳିବାର ସମ୍ଭାବନା।
ଧନୁ: କାରବାର ଲାଗି ଆଜି ଦିନଟି ଭଲ। ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ।
ମକର – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ନାନାବିଧ ସମ୍ମାନର ଅଧିକାରୀ ହେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ଉତ୍ତମ ବସ୍ତ୍ର,ରତ୍ନ ଓ ଯାନ ବାହନ ମିଳିବ ।
କୁମ୍ଭ – କର୍ମକ୍ଷେତ୍ରରେ ଉପୁଜିଥିବା ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ । ଧନପ୍ରାପ୍ତି ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ବହୁ ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ ।
ମୀନ: ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। କିଛି ଲୋକଙ୍କ ଠାରୁ ଭରପୂର ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଉତ୍ତମ ରହିବ। ପାରିବାରିକ ଜୀବନ ସୁଖମୟ ହେବ।