ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଦୁଇ ତିନି ଦିନ ହେବ ଏହି ବର୍ଷା ପ୍ରବଳରୁ ଅତି ପ୍ରବଳ ହେଉଛି । ଯେଉଁ କାରଣରୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡୁଛି । ତେବେ ଆଜି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ଘଡଘଡି ମାରିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗ ସୂଚନା ଦେଇଥିବା ୫ ଟିଲ୍ଲା ହେଲା ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର । ଏହିସବୁ ଜିଲ୍ଲାମାନଙ୍କରେ ବର୍ଷା ସହିତ ଘଡଘଡି ମାରିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଦିନ ୧୧ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି । ତେବେ ଦୁଇଦିନ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ ଆଜି ସକାଳେ ଭୁବନେଶ୍ୱରର ପାଗ ଭଲ ରହିଛି । ପାଗ ଟିକେ ଶୁଖିଲା ରହିଛି ।