ଲଣ୍ଡନ (ଏଟିଆର ବ୍ୟୁରୋ); ସରିଲା ବିଶ୍ୱକପ ଲିଗ ମ୍ୟାଚ । ଗତକାଲି ଦୁଇଟି ଲିଗ ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଭାରତ ଏକତରଫା ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଜିତିଥିଲା । ଭାରତ ଜିତିବା ପରେ ପଏଣ୍ଟ ଟେବୁଲର ଉପରକୁ ଉଠିଛି । ଦୁଇ ନମ୍ବର ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ।
ଗତକାଲି ମ୍ୟାଚ ସରିବା ପରେ ସେମି ରାସ୍ତା ପରିଷ୍କାର ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ସମାନା ସାମନି ହେବେ । ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଲିଗ ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ଚଳିତ ବିଶ୍ୱକପରେ ଉଭୟ ପ୍ରଥମଥର ଲାଗି ସେମିେୀ ସାମନା ସାମନି ହେବେ ।
ଓପନର ରୋହିତ ଶର୍ମା (୧୦୩ ରନ୍, ୯୪ ବଲ, ୧୪ ଚୌକା, ୨ ଛକା) ଓ ଲୋକେଶ ରାହୁଲ (୧୧୧ ରନ୍, ୧୧୮ ବଲ୍, ୧୧ ଚୌକା, ୧ଛକା)ଙ୍କ ଶତକ ବଳରେ ଭାରତ ୭ ଓ୍ଵିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଭାରତ ୨୬୫ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଭାରତ ୪୩.୩ ଓଭରରେ ୩ଟି ଓ୍ଵିକେଟ୍ ହରାଇ ଲକ୍ଷ୍ୟ ପୂରା କରିଛି। ଏହି ବିଜୟ ସହିତ ଭାରତ ଅଙ୍କ ତାଲିକାର ଶ୍ରୀର୍ଷରେ ପହଂଚିଛି।
ଚଳିତ ବିଶ୍ବକପ୍ ଶେଷ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ୧୦ ରନ୍ରେ ହରାଇ ଦେଇଛି। ଏଥି ସହିତ ଭାରତ ଗ୍ରୁପ୍ ବିଜେତା ହୋଇ ଜୁଲାଇ ୯ ତାରିଖରେ ନ୍ୟୁଜିଲାଣ୍ଡ୍ ସହିତ ମାଞ୍ଚେଷ୍ଟରରେ ପ୍ରଥମ ସେମିଫାଇନାଲ୍ରେ ଖେଳିବାକୁ ନିଶ୍ଚିତ କରିଛି। ଦ୍ବିତୀୟ ସେମିଫାଇନାଲରେ ଜୁଲାଇ ୧୧ରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା ବର୍ମିଂହାମରେ ଖେଳାଯିବ।