ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବିଭାଗୀୟ ମନ୍ତ୍ରୀଙ୍କ ମାସିକ କାର୍ଯ୍ୟର ସମୀକ୍ଷା ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ । ଏହିି ଅବସରରେ ମନ୍ତ୍ରୀ ମାନେ ସେମାନଙ୍କ ମାସିକିଆ କାର୍ଯ୍ୟର ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଆଜିଠାରୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀମାନଙ୍କର ମାସିକିଆ କାର୍ଯ୍ୟର ସମୀକ୍ଷା କରିବା ଆରମ୍ଭ କରିବେ । ଗତ ମାସକ ମଧ୍ୟରେ ମନ୍ତ୍ରୀମାନେ କଣ ସବୁ କାର୍ଯ୍ୟ କରିଛିନ୍ତି ସେ ଉପରେ ନଜର ପକାଇବେ ନବୀନ ।
ଖାଲି ନଜର ପକାଇବେ ତା ନୁହେଁ ଏନେଇ ମଧ୍ୟ ମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଏବଂ ଆବଶ୍ୟକ ସ୍ଥଳେ ନିର୍ଦେଶ ମଧ୍ୟ ଦେଇ ପାରନ୍ତି । ସୂଚନାଯୋଗ୍ୟ ପୂର୍ବରୁ ପ୍ରତିମାସ ୭ ତାରିଖରେ ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିରେ କିଛି ବିଭାଗରେ ମନ୍ତ୍ରୀମାନେ ପୁରା ଆକ୍ସନ ମୁଡକୁ ଆସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।
ସେହିଭଳି ଏଥର ସରକାରୀ ଅଫିସ କାର୍ଯ୍ୟ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଶିକ୍ଷାର ଗୁଣବତ୍ତା ପ୍ରତି ବିଭାଗୀୟ ମନ୍ତ୍ରୀ ବେଶ ସଚେତନା ଧର୍ମୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସରକାରୀ ସ୍କୁଲ କଲେଜର ଅଧ୍ୟାପକଙ୍କ ଘରୋଇ ଟିଉସନକୁ ନାଁ, ଅଧ୍ୟାପକ ମାନଙ୍କ ପାଇଁ ବାୟମେଟ୍ରିକ ବ୍ୟବସ୍ଥା ଇତ୍ୟାଦି ।