ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାତି ପାହିଲେ ଗୋଟିଏ ପରେ ଗୋଟିଏ ଭାଇରାଲ ଭିଡିଓ ସାମ୍ନାକୁ ଆସୁଛି । ଗତ ୨ଦିନ ତଳେ ଏକ ଡାକ୍ତରଖାନାର ଅପରେସନ ଟେବୁଲରେ ଭିଡ଼ିଓ ଭାଇରାଲ ହୋଇଥିଲା । ଏନେଇ ଚର୍ଚ୍ଚା କମିନଥିବା ବେଳେ ପୁଣି ଆଉ ଏକ ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳରେ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିବା ଶୁଣିବାକୁ ମିଳୁଛି । ପାଖାପାଖି ୫୪ ସେକେଣ୍ଡର ଭିଡ଼ିଓ ଭାଇରାଲ ହୋଇଛି ।
ଭିଡ଼ିଓଟି ଚେୟାର ଉପରେ ଭାଇରାଲ ହୋଇଛି । ସମ୍ପୃକ୍ତ ଯୁବତୀଙ୍କୁ ଚେୟାର ଉପରେ ବସାଇ ମୋବାଇଲ ରେକର୍ଡିଂ କରାଯାଇଛି । ଭାଇରାଲ ଭିଡ଼ିଓରେ ଥିବା ଯୁବତୀ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜଣାପଡିଛି । ଘଟଣାର ସତ୍ୟାସତ୍ୟ କେତେ ରହିଛି ତାହାର ତଦନ୍ତ ହେଲେ ଜଣାପଡିବ । କିନ୍ତୁ ଶୁଣିବାକୁ ମିଳୁଛି ଏକ ମୋବାଇଲ ଦୋକନରେ ପୂରା ଘଟଣା ରେକର୍ଡିଂ ହୋଇଛି । କେବଳ ଏତିକି ନୁହେଁ ଭିଡ଼ିଓରେ ଥିବା ସମ୍ପୃକ୍ତ ଯୁବକ ଜଣେ ମୋବାଇଲ ଦୋକାନୀ ବୋଲି ଆଲୋଚନା ଜୋର ଧରିଛି ।