କଟକ (ଏଟିଆର ବ୍ୟୁରୋ); ସମିତିସଭ୍ୟଙ୍କ କଳାକାରନାମା । ଘରେ ଶୋଇଥିବା ବେଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସୁକରପଡା ପଞ୍ଚାୟତର ସମିତିସଭ୍ୟଙ୍କ ନାମରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମହିଳା ଜଣକ ଥାନାରେ ଅଭିଯୋଗ ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହତ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।
ସୂଚନା ଅନୁଯାୟୀ, ମହିଳା ଜଣକ ଏକା ଘରେ ଶୋଇଥିଲେ । ସମିତିସଭ୍ୟ ଏହାର ଫାଇଦା ନେଇ ଝରକା ପଟେ ଘରକୁ ପଶିଯାଇଥିଲେ । ଏବଂ ଶୋଇଥିବା ଅବସ୍ଥାରେ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ମହିଳାଙ୍କ ନିଦ ଭାଙ୍ଗିବା ପରେ ସେ ଚିକ୍ରାର କରି ଡାକିଥିଲେ । ପାଖ ଘରେ ଶୋଇଥିବା ତାଙ୍କ ଶାଶୁ ଦୌଡି ଆସିଥିଲେ ।
ମହିଳାଙ୍କ ଶାଶୁଙ୍କୁ ଦେଖି ଡରିଯାଇଥିଲେ ସମିତିସଭ୍ୟ । ଏହାପରେ ସେ ପାଖରେ ରଖିଥିବା ଏକ ଛୁରୀ ଦେଖାଇ ଉଭୟଙ୍କୁ ଡରାଇବା ପାଇଁ ଚେଷ୍ଟା କରିଥିଲେ । କହିଥିଲେ କି ଯଦି କାହାକୁ କହିବା ପାଇଁ ଚେଷ୍ଟା କରିବ ତେବେ ମାରିଦେବି । ପରେ ଏଭଳି ଭୟ ଦେଖାଇ ଖସି ପଳାଇଥିଲା ଅଭିଯୁକ୍ତ । ମରଣକୁ ଭୟ ନକରି ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସମିତିସଭ୍ୟଙ୍କ ଏଭଳି କଳାକାରନାମା ପାଇଁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଉଛି ।