କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ଆରମ୍ଭ ହୋଇ ଯାଇଛି ପାଟକୁରା ବିଧାନସଭା ଭୋଟ ଗଣତି । ପୁରା ଟ୍ରେଣ୍ଡ ଦେଖିଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଗୁଆ ରହିଛନ୍ତି । ପ୍ରଥମ ରାଉଣ୍ଡରେ ବିଜେଡିକୁ ୬,୮୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଛି । ସେହିଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଗରେ ରହିଥିବା ବେଳେ ତାଙ୍କ ପଛରେ ବିଜୟ ମହାପାତ୍ର ଏବଂ ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି ।
ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୩୦୬୦୦ ଏବଂ ବିଜେପି ୨୧୯୨୭ ଓ କଂଗ୍ରେସକୁ ୮୨୦ ଖଣ୍ଡ ଭୋଟ ମଳିଛି । ସବୁ ଦଳର ଏଜେଣ୍ଟଙ୍କ ଉପସ୍ଥିତିରେ ହେଉଛି ଭୋଟ୍ ଗଣତି। ୨ ଶହ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨ ଜଣ ଆଡିସନାଲ ଏସପି, ୧୨ ଜଣ ଆଇଆଇସି, ୨୦ ଜଣ ସବଇନିସପେକ୍ଟର, ସହ ୧୨ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।
ଆଜି ଗଣତି ଶେଷ ହେବା ପରେ ଫଳ ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପାଟକୁରାରେ ବିଜେଡି ତାର ସ୍ଥିତି ବଜାୟ ରଖିବ ନାଁ ବିଜୟ ମହାପାତ୍ର ୧୯ ବର୍ଷ ପରେ ପୁଣି ବିଧାନସଭାରେ ପାଦ ରଖିବେ ତାକୁ ନେଇ କର୍ମୀଙ୍କ ମଧ୍ୟରେ ଛାତି ଧଡଧଡ । ସୂଚନାଯୋଗ୍ୟ ଲୋକଙ୍କ ମତରେ ପାଟକୁରା ନିର୍ବାଚନ ମଣ୍ଡଳିରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଜୋରଦାର ହେଉଛି ।