ଭୁୁବନେଶ୍ୱର (ଏଟିଆର ବ୍ୟୁରୋ): ପବିତ୍ର ସମ୍ପର୍କରେ ପୁଣି ପାପର ଛିଟା । ଭାଇ ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ । ଗୋଟେ ପଟେ ରାଜ୍ୟରେ ଦୁଷ୍କର୍ମ ବଢୁଥିବାରୁ ବିଧାନସଭା ଚାଳଇ ପାରୁ ନଥିବା ବେଳେ ଅନ୍ୟପଟେ ପ୍ରତିଦିନ ଦୁଷ୍କର୍ମ ଅଭିଯୋଗର ଖବର । ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ପ୍ରସଙ୍ଗକୁ ନେଇ ଗୋଟେ ଗଣତନ୍ତ୍ର ମନ୍ଦିର ବିଧାନସଭା ଗୃହ ଅଚଳ ହୋଇପଡିଥିବା ବେଳେ ପୁଣି ଏକ ଚାଞ୍ଚଲ୍ୟ କର ଖବର ସାମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲା ଚମ୍ପୁୃଆ ଥାନା ଅଞ୍ଚଳରେ ଘଟିଛି ସବୁଠୁ ବେଶି ଲଜ୍ଜା ଜନକ ଘଟଣା । ଜଣେ ନାବାଳକ ଭାଇ ନାବାଳକ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଜି ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ଗତ ସୋମବାର ନାବାଳିକା ଜଣଙ୍କ ଫୁଲ ତୋଳିବାକୁ ଯାଇଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ବଡବାପାଙ୍କ ପୁଅ ଭାଇ କଣ୍ଢେଇ ଦେଖିବାକୁ ୁକହି ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସେହିଭଳି ରାଉରକେଲାରୁ ଏକ ନବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ସୁନ୍ଦରଗଡ ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୮ ରୁ ୧୦ ଜଣ ଯୁବକ ଜଣେ ନାବାଳିକାକୁ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ସବୁଠୁ ବଡ କଥା ହେଲା ଗତ ୨୧ ତାରିଖରୁ ୨୪ ତାରିଖ ମଧ୍ୟରେ କେନ୍ଦୁଝର ଚମ୍ଫୁଆ ଘଟଣାକୁ ମିଶାଇଲେ ୫ ଟି ନାବାଳିକା ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ଅନୁଗୁଳରେ ଗୋଟିଏ ଘଟଣା ଘଟିଥିବା ବେଳେ ଅନ୍ୟ ତିନୋଟି ସୁନ୍ଦରଗଡ ଏବଂ ଆଜି କେନ୍ଦୁଝରର ଜିଲ୍ଲାରୁ ଗୋଟିଏ ଘଟଣା ସାମ୍ନାକୁ ଆସିଛି । ଗତ ୨୧ ତାରିଖ ଅନୁଗୋଳରେ ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଧରା ପଡି ନଥିବା ବେଳେ। ଅନ୍ୟପଟେ ସୁନ୍ଦରଗଡ ହେମ ଗିରି ମାମଲାରେ ମଧ୍ୟ ପୋଲିସ ହାତ ଖାଲି ରହିଛି । ସୂଚନାଯୋଗ୍ୟ ହେମ ଗରିରେ ଜଣେ ନାବଳିକାକୁ ଦୁଷ୍କର୍ମ କରିବା ପରେ ମାରି ଜଙ୍ଗଲରେ ଫୋପାଡି ଦେଇଥିବା ନାବଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଯେଉଁ ପ୍ରସଙ୍ଗକୁ ନେଇ ବିଧାନସଭାକୁ ଗୋଟେ ପ୍ରକାର ଅଚଳ କରି ଦେଇଛନ୍ତି ବିରୋଧୀ ।
ବିରୋଧୀ ଦାବି କରିଛନ୍ତି ବିଧାନସଭାରେ ପ୍ରଥମେ ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ । ମାତ୍ର ବାଚସ୍ପତି ଅନୁମତି ନ ଦେବାରୁ ବିରୋଧୀ ଗୃହରେ ହୋ ହାଲ୍ଲା କରୁଛନ୍ତି । ଯେଉଁ କାରଣରୁ ଗୃହ ଗୋଟେ ପ୍ରକାର ଅଚଳ ହୋଇ ଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତକାଲି ଗୃହ କାର୍ଯ୍ୟ ଆରମ୍ଭରୁ ହଟଗୋଳ ଦେଖିବାକୁ ମିଳିଥିଲା । ଗୃହରେ ବିରୋଧୀ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମାନେ ପ୍ରତିବାଦ କରିବା ସହିତ ହୋ ହାଲ୍ଲା କରିଥିଲେ। ବିଜେପି ସଦସ୍ୟମାନେ ନାବାଳିକାକୁ ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିବା ବେଳେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ବିରୋଧ ପ୍ରଦର୍ଶନ କରିଥିଲେ ।