ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଝିଅର ଫଟୋ ଭାଇରାଲ ହେବା ପରେ ଏବେ ଥାନାର ଦ୍ୱରସ୍ଥ ହୋଇଛନ୍ତି ବାପା । ଅଭିଯୁକ୍ତ ଓ ତାଙ୍କ ବାପାଙ୍କ ନାଁରେ ରୁଜୁ କରିଛନ୍ତି ମାମଲା । ଖୋର୍ଦ୍ଦା ବେଗୁନିଆ କଲେଜର ଜଣେ ଛାତ୍ରୀଙ୍କ ଫଟୋ ଭାଇରାଲ ହେବା ପରେ ସବୁଠି ହଇଚଇ ହୋଇଥିଲା ।
ସୁଶାନ୍ତ ସେଠୀ ନାମକ ଜଣେ ଯୁବକଙ୍କ ଫେସବୁକ ଆଇଡିରୁ ଏହି ଫଟୋ ଭାଇରାଲ ହୋଇଥିଲା । କୁହାଯାଉଛି ରାଗରେ ଏହି କାଣ୍ଡ ଭିଆଯାଇଛି । କଲେଜ ପୋଷାକରେ ଥିବା ଯୁବତୀଙ୍କ ଫଟୋ ଭାଇରାଲ ହେବା ପୁଣି ଥରେ ପ୍ରମାଣ କରିଛି ଯେ ବାଟ ହୁଡୁଛନ୍ତି ଯୁବଗୋଷ୍ଠୀ ।
ଖାସ କରି ନିଜକୁ ଶିକ୍ଷିତ କହୁଥିବା ଯୁବଗୋଷ୍ଠୀ ହିଁ ଏହି ଭାଇରାଲ ଦୌଡରେ ବେଶ ଆଗରେ ଅଛନ୍ତି । ସେପଟେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ରହିଥିବା ସୂଚନା ମିଳିଥିବା ବେଳେ ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।