ରାୟଗଡା (ଏଟିଆର ବ୍ୟୁରୋ); ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ତେବେ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଲୋକଙ୍କୁ କଲବଲ କରୁଥିବା ଜଣା ପଡିଛି । କଲ୍ୟାଣସିଂହପୁର ଅଞ୍ଚଳରେ ଏକ ଅସ୍ଥାୟୀ ପୋଲ ଲଗାଣ ବର୍ଷା ଯୋଗୁଁ ଧୋଇ ହୋଇଯାଇଛି । ଏହି ପୋଲଟି ଭାସି ଯିବାରୁ ୫ଟି ପଞ୍ଚାୟତକୁ ଯାତାୟତ ଠପ ହୋଇଯାଇଛି । ଏହି ପାଞ୍ଚଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଜଳବନ୍ଦୀରେ ରହିଛନ୍ତି । ସେମାନେ ଡଙ୍କାରେ ନଦୀ ପାର ହୋଇ ଆସୁଛନ୍ତି । ଯାହାକି ବହୁତ ଅସୁବିଧା ହେଉଥିବା ସ୍ଥାନୀୟ ଲୋକ କହିଛନ୍ତିି । ତେବେ ଏବେ ଏହି ଲଗାଣ ବର୍ଷା ଆହୁରି ୬ଦିନ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଯାହାକି ଲୋକଙ୍କ ମୁଣ୍ଡ ବିନ୍ଧା କରାଇ ଦେଇଛି ।
ଯଦି ବର୍ଷା ଲାଗି ରହେ ଲୋକମାନେ କିପରି ଯିବା ଆସିବା କରିବେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ବର୍ଷା ଛାଡିବା ପରେ ଏହି ଅସ୍ଥାୟୀ ପୋଲ କାମ କରାଯିବ । ଏବେ ବର୍ଷା ଦିନ ଚାଲିଥିବାରୁ ପୋଲ ନିର୍ମାଣ ଏକ ପ୍ରକାର ଅନିଶ୍ଚିତ । ଏଣୁ ଲୋକମାନେ ହରରାଣ ହେବା ନିଶ୍ଚିନ୍ତ । କଲ୍ୟାଣ ନଦୀ ଉପରେ ପୂର୍ବରୁ କରାଯାଇଥିବା ସ୍ଥାୟୀ ପୋଲଟି ଭାସି ଯାଇଥିଲା । ତେବେ ଲୋକଙ୍କ ସୁବିଧା ପାଇଁ ଏହି ଅସ୍ଥାୟୀ ପୋଲଟି ନିର୍ମାଣ କରାଯାଇଥିଲା । ତେବେ ଏହି ଅସ୍ଥାୟୀ ପୋଲ ମଧ୍ୟ ଶେଷରେ ଧୋକା ଦେଇଛି । ତେବେ ଏହି ଅଞ୍ଚଳରେ କେବେ ପୋଲ ନିର୍ମାଣ ହେବ ତାକୁ ନେଇ ସ୍ଥାନୀୟ ଲୋକ ଚିନ୍ତାରେ ।
କଲ୍ୟାଣସିଂହପୁରରୁ ପାଞ୍ଚଟି ପଞ୍ଚାୟତକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ଉପରେ ୫ ଫୁଟ୍ର ପାଣି ବହିବାରୁ ଏହା ଧୋଇ ହୋଇ ଯାଇଛି। ପୋଲ ଧୋଇ ହୋଇ ଯିବାରୁ ଲୋକଙ୍କ ଯାତାୟାତ ଠପ୍ ହୋଇଯାଇଛି। ସୂଚନାଯୋଗ୍ୟ, ୨୦୧୭ ମସିହା ଜୁଲାଇ ମାସରେ ହୋଇଥିବା ବନ୍ୟାରେ ଏଠାରେ ଥିବା ସ୍ଥାୟୀ ପୋଲ ଭାଙ୍ଗି ଯାଇଥିଲା। ତେଣୁ ହୋମ୍ ପାଇପ୍ ସାହାଯ୍ୟରେ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା। ହେଲେ ଏବେ ଏହା ବର୍ଷାରେ ଧୋଇ ଯାଇଛି। ଏବେ ଲୋକେ ଓ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ।”
ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତା ସହିତ ରାଜସ୍ଥାନରୁ କୋଲକାତା ଯାଏଁ ଏକ ଟ୍ରଫ ଲାଇନ ଲମ୍ବିଛି । ଏଥିଯୋଗୁଁ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବରଗଡ, ସୋନପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦ୍ରୁଝର, କୋରାପୁଟ ଓ ବୌଦ୍ଧରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଜୁଲାଇ ୨୮ରେ କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ,ଝାରସୁଗୁଡା,ବରଗଡ, ସମ୍ବଲପୁର, ଅନୁଗୁଳ, ଦେବଗଡ ଓ ସୋନପୁରରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଜୁଲାଇ ୨୯ରୁ ବର୍ଷାର ପରିମା କମିପାରେ ।