ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସଟି ପରିଷଦର ୩୬ତମ ବୈଠକରେ ଇଲେକ୍ଟ୍ରି ଗାଡି ଉପରେ ଗୁରୁତ୍ୱ ନିଆଯାଇଛି । ବୈଠକରେ ଇଲେକ୍ଟ୍ରି ଗାଡି ଉପରେ ଜିଏସଟି ୧୨ ପ୍ରତିଶତ ରୁ କମାଇ ୫ ପ୍ରତିଶତ କରାଯାଇଛି । ଏହାସହିତ ଇଲେକ୍ଟ୍ରି ଗାଡିର ଚାର୍ଜର ଉପରେ ଜିଏସଟି ୧୮ ପ୍ରତିଶତରୁ କମାଇ ୫ ପ୍ରତିଶତ କରାଯାଇଛି । ଏହି ନୂଆ ଦର ୧ ଅଗଷ୍ଟ ୨୦୧୯ ରୁ ଲାଗୁ କରାଯିବ ।
ଇଲେକ୍ଟ୍ରି ଗାଡିର ଫାଇଦା:
ଇଲେକ୍ଟ୍ରି ଗାଡିର ସବୁଠାରୁ ବଡ ଫାଇଦା ହେଉଛି ଏହା ଦ୍ୱାରା ବାୟୁପ୍ରଦୂଷଣ ଦେଖିବାକୁ ମିଳିବ ନାହିଁ । ଏହି ଗାଡି ବ୍ୟବହାର କରିବା ଦ୍ୱାରା ଭାରତର ତେଲ ଉପରେ ନିର୍ଭର କମ ହୋଇଯାଏ । କାରଣ ପେଟ୍ରୋଲିୟମ ଉପରେ ଭାରତକୁ ଅନେକ ଟଙ୍କା ବ୍ୟୟ କରିବାକୁ ପଡୁଛି ।
ଏହି ଇଲେକ୍ଟ୍ରିକ ଗାଡି ହାଇ ପାୱର ଏବଂ ଅତ୍ୟଧିକ କୁଶଳ ଇଲେକ୍ଟ୍ରିକ ମୋଟର ଦ୍ୱାରା ସଂଚାଳିତ ହୋଇଥାଏ । ଗୋଟେ ଚାର୍ଜ କଲା ପରେ ଆପଣ ଆଉ ସମସ୍ୟା ହେବ ନାହିଁ । ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡି ତୁଳନାରେ ଇଲେକ୍ଟ୍ରିକ ଗାଡିର ଚାହିଦା ଅଧିକ ହୋଇଥାଏ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦର ଏହା ଦ୍ୱିତୀୟ ବୈଠକ ଏବଂ ସାଧାରଣ ବଜେଟ୍ ପରେ ଏହା ପ୍ରଥମ ବୈଠକ । ପ୍ରଥମେ ଏହି ବୈଠକ ଜୁଲାଇ ୨୫କୁ ହେବାର ଥିଲା କିନ୍ତୁ ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କ ବ୍ୟସ୍ତତା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।