ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପବିତ୍ର ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କର ପ୍ରିୟ ମାସ । ଆଜି ଶ୍ରାବଣ ଶେଷ ସେମାବାର । ଦେବ ଦେବ ମହାଦେବଙ୍କର ମାସ । ଏହି ଅବସରରେ ଠାରୁ ଚଳ ଚଞ୍ଚଳ ହୋଇ ଉଠିଛି ପ୍ରମୁଖ ଶୈବ ପୀଠ । ଗତକାଲି ଠାରୁ ଲକ୍ଷାଧିକ କାଉଡିଆ ମାନେ ବିଭିନ୍ନ ଶୈବ ପୀଠରେ ମାନସିକ ଜଳାଭିଷେକ କରିଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ ଲକ୍ଷାଧିକ ଭକ୍ତ ମନ୍ଦିରରେ ଧାଡି ବାନ୍ଧି ଭୋଳାନାଥଙ୍କୁ ଜଳାଭିଷେକ କରାଇଛନ୍ତି । ଅନ୍ୟପଟେ ଆଜି ଶ୍ରାବଣ ଶେଷ ସେମାବାର ହୋଇଥିବାରୁ ଭିଡ ଅପେକ୍ଷା କୃତ ଅଧିକ ରହିଛି ।
ପୋଲିସ ପ୍ରଶାସସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଗତକାଲି ଗଡଗଡିଆ ଘାଟରେ ମଧ୍ୟ ଭିଡ ଅଧିକ ହୋଇଥିଲା । ପବିତ୍ର ଗଡଗଡିଆ ଘାଟରୁ ଗତ ଶନିବାର ଦିନ ଠାରୁ ଭକ୍ତମାନେ ଜଳ ନେଇ ଓଡିଶାର ବିଭିନ୍ନ ଶୈବପୀଠ ମାନଙ୍କରେ ମହାଦେବଙ୍କ ଜାଭିଷେକ କରିଛନ୍ତି । କେବଳ ଲିଙ୍ଗରାଜ ନୁହେଁ ରାଜ୍ୟର କୋଣ ଅନୁକୋଣରେ ଥିବା ଶୈବ ପୀଠରେ ଭିଡ ଦେଖିବାକୁ ମିଳିଛି ।
ପୁରୀ ଲୋକନାଥ ଓ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ବର ଆଦି ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଲିଛି । ସେହିଭଳି ଜଗତସିଂହପୁରରେ ଗୋରେଖ ନାଥ ଓ ପଞ୍ଚପୋଲିରେ ମଧ୍ୟ ଲକ୍ଷାଧିକ ଭକ୍ତ ଆଜି ଶେଷ ସେମାବାର ଜଳ ଢାଳିଛନ୍ତି । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ଥା କଡ ମାନଙ୍କରେ ଭକ୍ତଙ୍କ ପାଇଁ ବିଶ୍ରାମ ଗାର ଖୋଲା ହୋଇଛି । କେବଳ ପୁରୁଷ ନୁହଁନ୍ତି ହଜାର ହଜାର ମହିଳା ମାନେ ମଧ୍ୟ ମାନସିକ ପୂରଣ ଲାଗି ଜଳାଭିଷେକ କରିଛନ୍ତି ।