ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିୟମିତ ବ୍ୟାୟମ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ବଡ ରୋଗ ହଉବା ବଢୁଥିବା ଓଜନ, ବ୍ୟାୟମ କରିବା ଦ୍ୱାରା ସବୁକିଛି ନିୟନ୍ତ୍ରଣରେ ରହିଥାଏ । କିନ୍ତୁ ଯଦି ଭୋକ କମ୍ ଲାଗେ ବା ଖଇବା ପରେ ଛାତି ଜଳାପୋଡା ହେଉଛି ତେବେ ପବନମୁକ୍ତାଶନ କରିବା ଦ୍ୱାରା ଏଥିରେ ଉପଶମ ମିଳିଥାଏ ।
ଏହି ଆଶନକୁ କରିବା ଦ୍ୱାରା ପେଟର ପ୍ରାୟ ସବୁ ରୋଗ ଦୁର ହୋଇଥାଏ । ଏଥି ସହିତ ନିୟମିତ ଭାବରେ ବ୍ରଜାଶନ କରିବା ଦ୍ୱାରା ମଧ୍ୟ ଭୋକ ବଢିଥାଏ । ଖାଇବା ପରେ ଅତି କମ୍ରେ ୫ମିନିଟ୍ ଯାଏଁ ବ୍ରଜାଶନ କରିବା ଦରକାର । ସଶଂକାଶନ ମଧ୍ୟ ଏକ ବହୁତ ଉପକାରି ଆଶନ । ସଶଂକାଶନ କରିବା ଦ୍ୱାରା ପାଚନ କ୍ରିୟା ସୁଚାରୁ ରୁପେ ହୋଇଥାଏ । ଏହି ତିନୋଟି ଯାକ ଆଶନ ଆମ ଶରୀର ପାଇଁ ବହୁତ ଲାଭ ଜନକ ହୋଇଥାଏ, ଭୋକ ବୃଦ୍ଧି ହେବା ସହିତ ଆମ ଶରୀରର ଅନ୍ୟାନ ରୋଗ ମଧ୍ୟ କମାଇବାରେ ସହାୟକ ହେଇଥାଏ ।