ପୁରୀ (ଏଟିଆର ବ୍ୟୁରୋ): ଗତ ୫ ସପ୍ତାହ ହେବ ପୁରୀରେ ପାଳନ କରାଯାଉଛି ପଥ ଉତ୍ସବ । ଯେଉଁଥିରେ କଳା, ଭଜନ, ନୃତ୍ୟ, ଲୋକକଳା, କୀର୍ତ୍ତନ ଆଦି ପ୍ରଦର୍ଶିତ ହେଉଛି । ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ, ସମସ୍ତେ କିଛିନା କିଛି ପ୍ରତିଭା ଦେଖଉଛନ୍ତି । ପୁରୀ ବଡଦାଣ୍ଡ ସିଂହ ଦ୍ୱାର ସମ୍ମୁଖରେ ଏହି ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଉଛି । ସକାଳୁ ସକାଳୁ ସିଂହ ଦ୍ୱାର ସମ୍ମୁଖରେ ଆରମ୍ଭ ହୋଇଯାଉଛି କୀର୍ତ୍ତନ, ପାଲା ଓ ପାରମ୍ପରିକ ଲୋକ ନୃତ୍ୟ । କିଛି ଛୋଟ ପିଲାମାନେ ଚିତ୍ର ଆଙ୍କିବାରେ ବ୍ୟସ୍ତ ଥିଲା ବେଳେ କିଛି ଯୁବକ ଯୁବତୀ ମିଶି କରି କରୁଥିଲେ ଓଡିଶୀ ।
ପୁରୀର ପାରମ୍ପରିକ ନାଗ ନୃତ୍ୟ ଓ ମେଢ ନୃତ୍ୟ ଦର୍ଶକଙ୍କୁ ବେସ ଆକର୍ଷିତ କରିଥିଲା । କିଛି ବୟସ୍କ ବ୍ୟକ୍ତି ନିଆଁ ସହିତ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଜି ସକାଳେ ସାମାନ୍ୟ ବର୍ଷା ହେଉଥିଲେ ସତେ ଯେମିତି ବର୍ଷାକୁ କାହାରି ଖାତିର ନଥିଲା । ବର୍ଷାରେ ଭିଜି ଭିଜି ଲୋକ ପାଳନ କରିଥିଲେ ପଥ ଉସô୍ବ । ଏହି ଅବସରରେ ଯୋଗ ଓ ପ୍ରାଣାୟମ ଭଲି କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇ ଥିଲା ।