ଜଟଣୀ(ଏଟିଆର ବ୍ୟୁରୋ):ପୁଣି ବସିଲା କଙ୍ଗାରୁ କୋର୍ଟ । ପୋଲିସ ପ୍ରସାଶନ ଯେତେ ଦୃଢ ପଦକ୍ଷପ ଗ୍ରହଣ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବି କିଛି ସ୍ଥାନ ରହିଛି ଯେଉଁଠି ଲୋକ ମାନେ ନିଜେ ନିଜେ ଅପରାଧିଙ୍କୁ ଦଣ୍ଡ ଦେଉଛନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ । ସାଇକେଲ ଚୋରିକରି ଥିବାର ସନ୍ଦେହ କରି କିଛି ଯୁବକ ୩ଜଣଙ୍କୁ ମାଡ ମାରିବା ସହ ଲଣ୍ଡା କରାଇ ସାହିରେ ବୁଲାଇଛନ୍ତି ।
ସୂଚନା ଅନୁସାରେ ଗତକାଲି ସକାଳେ ଜଟଣୀ ଥାନା ଅର୍ନ୍ତଗତ ସୁଇପର୍ ସାହିରେ ସାଇକଲ ଚୋରି ଅଭିଯୋଗରେ ୩ଜଣ ଯୁବକଙ୍କୁ କିଛି ସ୍ଥାନୀୟ ଯୁବକ ଅଟକାଇବା ସହ ସୋମାନଙ୍କର ହାତ ବାନ୍ଧି ନିର୍ଧୁମୁ ମାଡ ମାରି ଥିଲେ । ଏତିକିରେ ଉତ୍ୟକ୍ତ ଯୁବକ ମାନଙ୍କ ମନ ଶାନ୍ତି ହୋଇ ନଥିଲା । ଏହାପରେ ଯୁବକମାନେ ୩ଜଣଙ୍କୁ ଲଣ୍ଡା କରାଇ ସାହି ସାରା ବୁଲାଇ ଥିଲେ ।
ପିଡୀତଙ୍କ ପରିବାର ଲୋକ ଏଇ ନେଇ ଜଟଣୀ ଥାନାରେ ୭ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ପୋଲିସ କେସ୍ ନଂ ୩୧୧/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ପୋଲିସ ୭ ଜଣ ଅଭିଯୁକ୍ତ ମଧ୍ୟରୁୁ ୫ଜଣକୁ ଗିରଫ କରି କୋର୍ଟ ଚାଳନ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଧୀରେନ୍ଦ୍ର ମହାପାତ୍ର, କାବୁଲି ବାରିକ୍, ଗଣେଶ ସାହୁ, ଆଲୋକ କାନୁନଗୋ ଓ ହରିବନ୍ଧୁ ପ୍ରଧାନ । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।