ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପ୍ରଧାନ ଶିକ୍ଷକଙ୍କ କେଳାଙ୍କାରୀ । ପରୀକ୍ଷା ସମୟରେ ଛାତ୍ରୀଙ୍କୁ କରିଛନ୍ତି ଅସଦାଚରଣ । ଏମିତି ସଂଗିନ ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଅଁଚଳରୁ । ଥାନାରେ ଅଭିଯୋଗ ହେବା ପରେ ପୁଲିସ ଆରମ୍ଭ କରିଛି ଘଟଣାର ଖୋଳତାଡ । ତେବେ ଘଟଣା ପରଠୁ ଅଭିଯୁକ୍ତ ହେଡମାଷ୍ଟର ଫେରାର ରହିଛନ୍ତି । ତାଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ସିଧା କହିବାକୁ ଗଲେ ପୁଣି ଏକ କଳଙ୍କିତ ଇତିହାସ ରଚିଲେ ଶିକ୍ଷକ । ବଣାଇ ଉପଖଣ୍ଡର ବନ୍ଧାଭୁଇଁ ଜେମାମଣୀ ଉଚ୍ଚବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ବଡ଼ ଗୋଗୁଆ ଶିକ୍ଷାକେନ୍ଦ୍ରକୁ ଯାଇଥିଲେ ପ୍ରଧାନ ଶିକ୍ଷକ । ଏହି ସମୟରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି । ଗୋଟିଏ କୋଠରୀରେ ରଖି ସମସ୍ତଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇବା ସହ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗରେ ଉଲ୍ଳେଖ ରହିଛି । ସେପଟେ ବିଳମ୍ବରେ ହେଉ ପଛେ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରଧାନ ଶିକ୍ଷକ ଫେରାର ଥିବାରୁ ତାଙ୍କୁ ଗିରଫ କରାଯାଇପାରିନାହିଁ । ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।