ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାଜପୁର ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ । ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଏ ସମ୍ପର୍କରେ ଗତ ୨ଦିନ ତଳେ ଏଟିଆର ନ୍ୟୁଜ ଖବର ପ୍ରକାଶ କରିଥିଲା ।
ତେବେ ମିଳିଥିବା ରିପୋର୍ଟ ଅନୁସାରେ, ନେଟରୁ ଅଶ୍ଳୀଳ ଫଟୋ ଡାଉନଲୋଡ କରି ସେଥିରେ ଯୁବତୀଙ୍କ ଫଟୋକୁ ସଂଲଗ୍ନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଯାଜପୁର ରୋଡ ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତରେ ଜଣେ ମୋବାଇଲ ଦୋକାନୀ ସ୍କାନରକୁ ଆସିଥିଲେ ।