ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ କରାଯାଉଛି । ସେହି ଅନୁଯାୟୀ ଏବେ ବ୍ୟାଙ୍କ ଶସ୍ତା ଋଣ ଦେବା ଆରମ୍ଭ କରିଦେଇଛି ।
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସେପ୍ଟମ୍ବର ୧ ରୁ ମାନେ ଆସନ୍ତାକାଲିଠାରୁ ଗ୍ରାହକଙ୍କୁ ଘର, ଦୋକାନ, ଗାଡି ଏବଂ ଶିକ୍ଷା ପାଇଁ ଶସ୍ତା ଋଣ ସମେତ ଅନେକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏଥିପାଇଁ କୌଣସି ପ୍ରକାରର ପ୍ରୋସେସିଙ୍ଗ ଫି ଲାଗିବ ନାହିଁ ।
ଏନେଇ ଏସବିଆଇ ପକ୍ଷରୁ କୁହାଯାଇଛି କି,କାର ଲୋନ୍ ରେ ସୁଧ ଦର ବୃଦ୍ଧି କରାଯିବ ନାହିଁ । ଏହାଦ୍ୱାରା ଗ୍ରାହକଙ୍କୁ ଋଣ ବୋଝର ସାମ୍ନା କରିବାକୁ ପଡିବ ନାହିଁ । ଏନେଇ ପଇସା ବଜାରର ସିଇଓ ଏବଂ ସହ ସଂସ୍ଥାପକ ନବୀନ କୁକରେଜା କହିଛନ୍ତି କି ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ରହିଛି । ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗ୍ରାହକଙ୍କ ପାଇଁ ଏହା ହେଉଛି ଉପକୂଳ ସମୟ । ରେପୋ ଦର ଆଧାରିତ ଋଣ ଯୋଜନା ବି ଗ୍ରାହକଙ୍କ ଉପଯୋଗୀ ।