ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିଜର ନିଆରା ନୀତି ବା କାର୍ଯ୍ୟ ପାଇଁ ସାରା ଦେଶବାସୀଙ୍କ ହୃଦୟ ଜିତିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏବେ ଆଉ ଜଣେ ବଡ ଫ୍ୟାନଙ୍କ ନାଁ ସାମ୍ନାକୁ ଆସିଛି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାଁଙ୍କ ପୂର୍ବ-ପତ୍ନୀ ରେହମ ଖାଁ । ଆଜ୍ଞା ହଁ ରେହମଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପାକିସ୍ତାନର ଖରାପ ଆର୍ଥିକ ସ୍ଥିତିକୁ ନେଇ ଇମରାନ୍ ଖାଁଙ୍କ ଉପରେ ବର୍ଷୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି ।
ଭିଡିଓରେ ରେହମ କହୁଛନ୍ତି କି, ଆଜି ମୋଦି ସରକାରଙ୍କ୍ୁ କାହିଁକି ଲୋକେ ଚାହୁଁଛନ୍ତି, କାହିଁକି ତାଙ୍କ ସହ ସମ୍ପର୍କ ଖରାପ କରିବାକୁ ଚାହୁଁ ନାହାନ୍ତି , କାରଣ ତାଙ୍କର ଆର୍ଥିକ ସ୍ଥିତି ସୁଦୃଢ । ସାଉଦି, ୟୁକେ ଏବଂ ଆମେରିକା ତାଙ୍କ ସହିତ ରହିଛି । ମୋଦି ଯେଉଁଠିକୁ ଯାଇଥାନ୍ତି ତାଙ୍କୁ ସମ୍ମାନ ଦିଆଯାଇଥାଏ ।
ଅପରେପକ୍ଷେ ଇମରାନ୍ ଖାଁ ଏବଂ ପାକିସ୍ତାନକୁ ଟାର୍ଗେଟ କରି ରେହମ କହିଛନ୍ତି କି, ୟୁଏଇ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯିବାରୁ ଆପଣମାନଙ୍କୁ ଅସୁବିଧା ହେଉଛି । ଆପଣମାନେ ଭିକ ମାଗି ବୁଲୁଛନ୍ତି । ଆପଣମାନେ ଯଦି କହିବେ ସେ ଆପଣଙ୍କ ପାଦର ଯୋତା ତେବେ ସେ କାହିଁକି ଆପଣଙ୍କୁ ସମ୍ମାନ କରିବେ ।