ଝାରସୁଗୁଡା(ଏଟିଆର ବ୍ୟୁରୋ): ଦିନ ଦିପହରରେ ଲୁଟ । ଦୁର୍ବୃତ୍ତ ମାନେ ଟାର୍ଗେଟ କରିଥିଲେ ଆକ୍ସିସ ବ୍ୟାଙ୍କକୁ । ସର୍ବ ସମ୍ମୁଖରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ୧୪ ଲକ୍ଷ ଟଙ୍କା । ଘଟଣାଟି ବିଶ୍ୱାସ ହେଉନଥିଲେବି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାର ଗୁମାଡେରାରେ ଥିବା ଆକ୍ସିସ ବ୍ୟାଙ୍କରେ । ସାକାଳେ ବ୍ୟାଙ୍କ ଖେଲିବା ମାତ୍ର ଗୋଟିଏ ସ୍କର୍ପିଓ ଗାଡି ସାହାର୍ଯ୍ୟରେ ୬ଜଣ ଦୁର୍ବୃତ୍ତ ବ୍ୟାଙ୍କ ସମ୍ମୁଖରେ ପହଞ୍ଚିଥିଲେ । ଅଚାନକ ବ୍ୟାଙ୍କ ଭିତରକୁ ବନ୍ଧୁକ ଧରି ପ୍ରବେଶ କରିଥିଲେ ଦୁର୍ବୃତ୍ତ ମାନେ ।
ଏହା ସହ ଲୋକ ମାନଙ୍କୁ ଭୟବିତ କରାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ । ଯଦି କିଏ ପାଟିତୁଣ୍ଡ କଲା ତାହାଲେ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ । ଏଥିରେ ଭୟବିତ ହୋଇ ନିଜ ଜୀବନକୁ ରକ୍ଷା କରିବାକୁ ଯାଇ କେହି କିଛି ନକହି ଚୁପ ରହିଥିଲେ । ଏହା ପରେ ବନ୍ଧୁକ ଦେଖାଇ ବ୍ୟାଙ୍କରେ ଥିବା ସମସ୍ତ କର୍ମଚାରୀ ଏବଂ ଗ୍ରାହାକ ମାନଙ୍କୁ ଲୁଟିବା ଆରମ୍ଭ କରିଥିଲେ ଦୁର୍ବୃତ୍ତ ମାନେ । ବେଶ କିଛି ସମୟ ପର୍ଯ୍ୟନ୍ତ ବ୍ୟାଙ୍କରେ ଆତଙ୍କର ମାହଲ ଖେଲି ଯାଇଥିଲା । ତେବେ ଲୁଟ କରିସାରି ସ୍କର୍ପିୟ ଗାଡି ଧରି ସେଠାରୁ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ ମାନେ । ଘଟଣା ସ୍ଥଳରେ ବେଳପାହାଡ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଜାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଲି ଯାଇଛି ।