ଭୁବନେଶ୍ୱର,(ଏଟିଆରବ୍ୟୁରୋ): ନିଶାଶକ୍ତ ଅବସ୍ଥାରେ ଜଣେ କନଷ୍ଟେବଳ ଭୁଲିଗଲେ ହିତାହିତ ଜ୍ଞାନ । ଗୋଟା ପୁଣି ଲଙ୍ଗଳା ହୋଇ ସର୍ବ ସମ୍ମୁଖରେ ଏମିତିକି ସିସିଟିଭି ସାମ୍ନାରେ ଏକ କଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଟିଏମ ମେସିନ ଭିତରେ ହିଁ କନଷ୍ଟେବଳ ଜଣଙ୍କ ଶୁଶୁ କରି ଦେଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସବୁଠୁ ବଡ଼ କଥା ହେଉଛି ଏମିତି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଘଟିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମାରେ ।
ତେବେ ଏହି ମଦୁଆ କନଷ୍ଟେବଳଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି’ ନାହିଁ ତାହା ଜଣାପଡିନାହିଁ । ସେପଟେ ଏହି ଘଟଣାଟି ଏବେ ପୂରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ପୂରା ଘଟଣାଟି ଏହିପରି, ବାରିପଦା ମୁନିସପାଲିଟି ଅଫିସ ପାଖରେ ରହିଛି ଏକ ଏସବିଆଇ ଏଟିଏମ କାଉଁଟର । ସନ୍ଧ୍ୟାରେ ସେହି କାଉଁଟର ପାଖରେ ପହଞ୍ଚିଥିଲେ କନଷ୍ଟେବଳ ସମୀର ସେଠୀ । ଅବସ୍ଥାରେ ନଥିଲେ ସେ । ପାଦ ଟଳମଳ ହେଉଥାଏ । ଲଙ୍ଗଳାମୁକୁଳା ହୋଇ ସେ ଏଟିଏମ କାଉଣ୍ଟରକୁ ପଶି ଯାଇଥିଲେ । ବାସ ଏହାପରେ ଏକ କରି ଦେଇଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କୁହାଯାଉଛି ସେଠାରେ ଉପସ୍ଥିତ ଲୋକେ ନିଶାଶକ୍ତ କନଷ୍ଟେବଳଙ୍କୁ ଦେଖି ଏହାକୁ ରେକର୍ଡିଂ କରିବା ପରେ ହ୍ୱାଟ୍ସଆପରେ ସେୟାର କରିଛନ୍ତି । ଯାହା ଏବେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି । କହି ରଖୁଛୁ ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଏହାକୁ ସାବାଡ କରିବା ଲାଗି ରହିଛି ପୁଲିସ ବିଭାଗ । ହେଲେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ପୁଲିସ ବାବୁଙ୍କ ମଦୁଆ ଉତ୍ପାତ ସାମ୍ନାକୁ ଆସୁଛି ତାହା ପ୍ରମାଣ କରୁଛି ନିଜ ସୁରକ୍ଷା ଏବେ ନିଜ ହାତରେ ।