ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଅଭିଯୁକ୍ତ ଆକ୍ରମଣରେ ଲହୁଲୁହାଣ ହେଲେ ପୁଲିସ ବାବୁ । ଆକ୍ରମଣ ଏମିତି ହେଲା ଯେ ପୁଲିସ ବାବୁଙ୍କ ହାତ ଡ୍ୟାମେଜ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁଲିସ ବାବୁଙ୍କ ହାତରେ ଏବେ ୨୩ଟି ଷ୍ଟିଚ ପଡିଛି । ଏଭଳି ଏକ ଘଟଣା ସମ୍ନାକୁ ଆସିଛି ଯାଜପୁର ଜିଲ୍ଲା ରାମବାଗ ଅଞ୍ଚଳରୁ । ଆହତ କନଷ୍ଟେବଳଙ୍କ ନା ଲାଲମୋହନ ସାହୁ ବୋଲି ଜଣାପଡିଥିବା ବେଳେ ସେ ରାମବାଗ ବିଟ ହାଉସରେ କାମ କରନ୍ତି ।
ରିପୋର୍ଟ ଅନୁସାରେ, ଏକ ପାରିବାରିକ କଳହ ମାମଲା ଥାନାରେ ପହଞ୍ଚିଥିଲା । ଯେଉଁଥିରେ ଦେବେନ୍ଦ୍ର ଦାସଙ୍କ ନାଁ ସାମ୍ନାକୁ ଆସିଥିଲା । ତେଣୁ ପୁଲିସ ଦେବେନ୍ଦ୍ରଙ୍କୁ ଡାକିବା ଲାଗି କହିବା ପରେ କନଷ୍ଟେବଳ ଲାଲମୋହନ ବିରଜାପୁର ଗାଁକୁ ଯାଇଥିଲେ । ଦେବେନ୍ଦ୍ର ପୁଲିସକୁ ଦେଖି ଉତ୍ତ୍ୟ ଉତ୍ତ୍ୟକ୍ତ ହୋଇପଡିଥିଲା । ଆଉ ସଂଗେ ସଂଗେ ଏକ ବ୍ଲେଡରେ ଆକ୍ରମଣ କରିଥିଲା । ଆକ୍ରମଣରେ ଲାଲମୋହନଙ୍କ ହାତ ସାରା କଟି ଯାଇଛି । ପ୍ରବଳ ରକ୍ତ ବାହାରୁଥିବା ବେଳେ ତାଙ୍କୁ ଚିକିତ୍ସା ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କ ହାତରେ ୨୩ଟି ଷ୍ଟିଚ୍ ପକାଇଥିଲେ । ଏହି ଘଟଣାରେ ପୁଲିସ ଦେବେନ୍ଦ୍ରଙ୍କ ନାଁରେ ମାମଲା ରୁଜୁ କରି ଏବେ କୋର୍ଟ ଚାଲାଣ କରିଛି ।