ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ୨ ଚନ୍ଦ୍ର ପୃଷ୍ଠର ଅବତରଣ କରିବାର କିଛି କ୍ଷଣ ପୂର୍ବରୁ ବିକ୍ରମ ଲାଣ୍ଡର ସହ ସମ୍ପର୍କ ଛିନ୍ନ ହୋଇଯାଇଛି । ଯାହାକୁ ନେଇ ପୂରା ଚିନ୍ତା ରେ ଇସ୍ରୋ ବୈଜ୍ଞାନିକ । ସେପଟେ ବୈଜ୍ଞାନିକଙ୍କ ମନୋବଳକୁ ସୁଦୃଢ କରିବା ପାଇଁ ଇସ୍ରୋ କଣ୍ଟ୍ରୋଲ ସେଣ୍ଟରରେ ପ୍ରଧାନମନ୍ତ୍ରୀ ମୋଦି ବୈଜ୍ଞାନିକ ମାନଙ୍କୁ ସମ୍ବୋନ୍ଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି କି ବିଜ୍ଞାନରେ ବିଫଳ ହୁଏ ନାହିଁ ବରଂ ପ୍ରୟାସ ଏବଂ ପ୍ରାୟୋଗ ହୋଇଥାଏ । ଏହି ପୁରା ମିଶନରେ ଦେଶ ଅନେକ ଥର ଆନନ୍ଦିତ ହୋଇଛି । ଏବେ ବି ଅର୍ବିଟର ଚନ୍ଦ୍ରମାରେ ପରିକ୍ରମା କରୁଛି ।
ମୋଦି ଆହୁରୀ ମଧ୍ୟ କହିଛନ୍ତି କି ଅମୃତ ସନ୍ତାନ ପାଇଁ କୌଣସି ନିରାଶ ଅସଫଳତା ନୁହେଁ । ପରିଣାମରେ ବିଜ୍ଞାନ କେବେ ସନ୍ତୁଷ୍ଟ ହୁଏ ନାହିଁ । ଆପଣମାନଙ୍କ ଆଖିରେ ପ୍ରେରଣାର ସମୁଦ୍ର ଭରି ହୋଇ ରହିଛି । ମୁଁ ବୈଜ୍ଞାନିକ ମାନଙ୍କ ଉପଦେଶ ନୁହେଁ ବରଂ ପ୍ରେରଣା ପାଇଁ ଏଠାକୁ ଆସିଛି ।
ଆପଣ ସମସ୍ତଙ୍କୁ ଆଗାମୀ ମିଶନ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ବିଜ୍ଞାନ ର ଇନହେରେଂଟ କ୍ୟାଲିଟ ହେଉଛି ପ୍ରୟାସ, ପ୍ରୟାସ ଏବଂ ପ୍ରୟାସ । ପରିଣାମରୁ ସେ ନୂତନ ପ୍ରୟାସ ଖୋଜିଥାନ୍ତି । ମୋର ଆପଣମାନଙ୍କ ଉପରେ ବିଶ୍ୱାସ ରହିଛି । ମୋ ଠାରୁ ବି ଆପଣଙ୍କ ସ୍ୱପ୍ନ ଏବଂ ସଂକଳ୍ପ ଉଚ୍ଚ । ସଫଳତାକୁ ଛୁଇଁବାରେ ସମର୍ଥ ରଖିଥାଏ ଆପଣଙ୍କ ପ୍ରୟାସ । ଆମେ ଅମୃତର ସନ୍ତାନ ।
ବିଜ୍ଞାନର ପ୍ରତ୍ୟେକ ପ୍ରୟୋଗ ଆମକୁ ନିଜର ସାହାସକୁ ମନେପକାଇଥାଏ । ଚନ୍ଦ୍ରଯାନ୨ ର ଶେଷ ପରିଣାମ ଆମ ଆଶା ଅନୁଯାୟୀ ସଫଳ ହୋଇନାହିଁ କିନ୍ତୁ ସମ୍ପୂର୍ଣ୍ଣ ଯାତ୍ର ବହୁତ ଭଲ ଥିଲା । ଚନ୍ଦ୍ରପୃଷ୍ଠରେ ପାଣି ଥିବା ନେଇ ଖୁବ୍ ମହତ୍ୱପୂର୍ଣ୍ଣ ସୂଚନା ଦେଇଥିଲା ଆମ ଚନ୍ଦ୍ରଯାନ । ଏହି ପୂରା ମିଶନ ଅବସରରେ ଦେଶ ଅନେକ ଥାର ଆନନ୍ଦିତ ହୋଇଛି ।
ପରିଣାମକୁ ଦୃଷ୍ଟି ନଦେଇ ନିରନ୍ତର ଲକ୍ଷ ଆଡକୁ ବଢିବାର ଆମ ପରମ୍ପରା ବି ରହିଛି । ଏହାସହିତ ଆମ ସଂସ୍କାର ମଧ୍ୟ। ନିଜେ ଇସ୍ରୋ ବି କେବେ ହାର ନମାନିବାର ସଦ୍ୟ ଉଦାହରଣ । ପରିଣାମ ତା ଜାଗାରେ କିନ୍ତୁ ମୁଁ ଏବଂ ମୋ ଦେଶକୁ ଆମ ବୈଜ୍ଞାନିକ, ଆମ ଇଞ୍ଜିନିୟର ମାନଙ୍କ ସମସ୍ତ ପ୍ରୟାସ ଉପରେ ଗର୍ବ ରହିଛି । ବିଜ୍ଞାନରେ ବିଫଳତା ହୁଏ ନାହିଁ ବରଂ କେବଳ ପ୍ରୟାସ ଏବଂ ପ୍ରୟୋଗ ହୋଇଥାଏ ।