ଭୁବନେଶ୍ୱର(ଏଟିଆର ବ୍ୟୁରେ): ରାଜଧାନୀ ଭୁବନେଶ୍ୱର ବ୍ରାଉନସୁଗାରର ପେଣ୍ଠସ୍ଥଳି ପାଲଟିଛି । କମିଶନରେଟ ପୋଲିସର ବହୁ ଚେଷ୍ଟା ସତ୍ୱେ ମଧ୍ୟ ବ୍ରାଉନସୁଗାର ବେପାରିଙ୍କ ସଂଖ୍ୟା କମିବାର ନା ଧରୁନି । ତେବେ ଆଜି ସକାଳେ ଆକ୍ସନ ମୁଡୁ ରେ ଆସିଥିଲା କମିଶନରେଟ ପୋଲିସ । ଆଉ ଟାର୍ଗେଟ କରିଥିଲା ବ୍ରାଉନସୁଗାର ବେପାରିଙ୍କ ଉପରେ । ରାଜଧାନୀର ଥିବା ବିଭିନ୍ନ ବ୍ରାଉନସୁଗାର ଆଡ୍ଡା ଉପରେ କରିଥିଲା ଚଢାଉ । ତେବେ କିଟ୍ ଛକ ନିକଟରୁ ୨୦ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏହି ଘଟଣାରେ ଗିରଫ ହୋଇଛନ୍ତି ରଞ୍ଜିତ ସାହୁ ଏହା ସହ ତାଙ୍କ ଆକ୍ଟିଭା ଗାଡି ମଧ୍ୟ ପୋଲିସ ଜବତ କରିଛି । ଏହି ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୨ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ସେପଟେ ଖଣ୍ଡଗିରି ଅଞ୍ଚଳରେ ବ୍ରାଉନସୁଗାରର ଡିଲିଙ୍ଗ ହୋଉଥିବାର ଖବର ପାଇ ଖଣ୍ଡଗିରି ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ଟିମ ମିଳିତ ଚଢାଉ କରି ୨୫୦ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହା ସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି । ତେବେ ଏହି ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୨୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ଏହି ଭଳି ଚଢାଉ ଜାରି ରଖାଯିବ ବୋଲି ଡିସିପିଙ୍କ ପାଖରୁ ସୂଚନା ମିଳିଛି ।