ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ପାଇଁ ନୂତନ ମୋଟର ଯାନ ଆଇନ ର ବର୍ଦ୍ଧିିତ ଜରିମାନା ଉପରେ ଗୁଜୁରାଟ ସରକାର ହ୍ରାସ କରିଛନ୍ତି । ଲାଗୁ କରାଯାଇଥିବା ନୂତନ ଜରିମାନାକୁ ପାଖାପାଖି ଅଧା କରାଯାଇଛି । ସବୁଠୁ ବଡ କଥା ହେଉଛି କେନ୍ଦ୍ରରେ ସତ୍ତାରେ ରହିଥିବା ବିଜେପି ସରକାର ବି ଗୁଜୁରାଟରେ ସରକାରରେ ଅଛନ୍ତି ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପ୍ପାଣୀ ଘୋଷଣା କରି କହିଛନ୍ତି କି ନୂତନ ଆଇନରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଯେଉଁ ଜରିମାନା ଲାଗୁ କରାଯାଇଛି ତାହା ଅତ୍ୟଧିକ ହୋଇ ଯାଇଥିଲା । ଏନେଇ ବିସ୍ତୃତ ଆଲୋଚନା ପରେ ଆମ ସରକାର ଜରିମାନାକୁ ହ୍ରାସ କରିବାର ଘୋଷଣା କରିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି, ଜରିମାନାର ସେଟଲମେଣ୍ଟ ରାଶିକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଆମେ ମୋଟର ଯାନ ଆକ୍ଟ ୨୦୦ ଅନୁଯାୟୀ ଏହି ଅଧିକାର ବ୍ୟବହାର କରିଛୁ । ନୂତନ ନିୟମ ଅନୁସାରେ ବିନା ସିଟ୍ ବେଲ୍ଟ ଉପରେ ୧୦୦୦ ବଦଳରେ ୫୦୦ ଟଙ୍କା, ବିନା ଲାଇସେନ୍ସ ଉପରେ ୫୦୦୦ ବଦଳରେ ୩୦୦୦ ଟଙ୍କା, ବିନା ଆରସି ପାଇଁ ପ୍ରଥମ ଥର ୫୦୦ ଏବଂ ଦ୍ୱିତୀୟ ଥର ୧୦୦୦ ଟଙ୍କା ଜରିମାନା ଲାଗିବ । ଏହି ନିୟମ ସମ୍ପୂର୍ଣ୍ଣ ଭାବେ ସେପ୍ଟମ୍ବର ୧୬ ସୁଧା ଲାଗୁ ହୋଇଯିବ ।
ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି କି , ଏପର୍ଯ୍ୟନ୍ତ କୌଣସି ଏଭଳି ରାଜ୍ୟ ନାହିଁ ଯିଏ ଏହି ନିୟମ ଲାଗୁ କରିବା ପାଇଁ ମନା କରିବେ । କୌଣସି ରାଜ୍ୟ ଏହି ଆଇନରୁ ଛୁଟ୍ କାରା ପାଇ ପାରିବେ ନାହିଁ । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ନିୟମକୁ ସମସ୍ତ ରାଜ୍ୟ ଲାଗୁ କରିବେ ବୋଲି ମୋର ବିଶ୍ୱାସ ରହିଛି ।
ସୂଚନାଯୋଗ୍ୟ, ଗୁଜୁରାଟ ସରକାର ଏହି ନୂତନ ଆଇନର ପରିବର୍ତ୍ତନ କରି ନାହିଁ ବରଂ ଏଥିରେ ସେଟଲମେଣ୍ଟ କ୍ଲଜ ଯୋଡିଛି ।