ବଲାଙ୍ଗୀର(ଏଟିଆର ବ୍ୟୁରୋ):ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ ଧରା ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତିଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରାଯାଇଛି । ବ୍ୟାଙ୍କ ମାନେଜର ଆୟ ବହିର୍ଭୂତ ସମ୍ପତିଠୁଳ କରିଥିବାର ସୂଚନା ଭିଜିଲାନ୍ସ ବିଭାଗକୁ ମିଳିଥିଲା । ତେବେ ଆଜି ସକାଳୁ ବ୍ୟାଙ୍କ ମ୍ୟାନେଜର ଅଶୋକ ମାହାପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ ଅଚାନକ ଚଢାଉ କରିଥିଲେ । ସୂଚନା ଅନୁସାରେ ବଲାଙ୍ଗୀର ସ୍ୱତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏକକାଳୀନ ୪ଟି ଜାଗାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ ।
ଭିଜିଲାନ୍ସ ଟିମ ଆଶୋକଙ୍କ ପ୍ୟାଲେସ ଲାଇନ ନିକଟରେ ଦଶମତି ନଗରରରେ ଥିବା ବାସଭବନ, ମାଳପଡା ସ୍ଥିତ ତାଙ୍କ ପୈତୃକ ଘର, ବଲାଙ୍ଗିର ସ୍ଥିତ ବ୍ୟାଙ୍କ କାର୍ଯ୍ୟଳୟ ଓ ତାଙ୍କ ସର୍ମ୍ପକୀୟଙ୍କ ଘରେ ଚଢାଉ ଜାରି ରଖିଛି । ଚଢାଉ ସମୟରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ପାସବୁକ ଜବତ କରିଛି ଭିଜିଲାନ୍ସ ଟିମ । ଚଢାଉ ଜାରି ରହିଥିବାରୁ ସମ୍ପତିର ମୂଲ୍ୟ ଆକଳନ କରାଯାଇ ପାରିନି ।