ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଭୁବନେଶ୍ୱର ରାମ ମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତକୁ ଯାଇଛି । ହାଇକୋର୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଏହାକୁ ଟ୍ରଷ୍ଟି ବୁଝୁଥିଲା ମାତ୍ର ଏହାର ଆୟ ବେୟ ପୁରା ପରିଚାଳନା ଦାୟିତ୍ୱ ଏଣିକି ରାଜ୍ୟ ସରକାର ବୁଝିବେ । ଗତକାଲି ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱ ନିଜ ହାତକୁ ଆଣିଛନ୍ତି ।
ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗର ବରିଷ୍ଠ ଓଆରଏସ ଅଧିକାରୀ ଦାୟିତ୍ବ ଗ୍ରହଣ କରିବା ପରେ ମନ୍ଦିରର ହୁଣ୍ଡି ଓ ଥିବା ଦୋକାନ ଘର ସମେତ ମଣ୍ଡପର ସମସ୍ତ ଆୟ ବ୍ୟୟ ହିସାବ ନିଜ ହାତକୁୂ ନେଇଛନ୍ତି ।
ସୂଚନାଯୋଗ୍ୟ ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିଲା ରାମମନ୍ଦିର ଟ୍ରଷ୍ଟି । ୭ ଜଣଙ୍କୁ ନେଇ ସେତେବେଳେ ଗଠିତ ହୋଇଥିଲା କମିଟି । ମାତ୍ର ୨୦୦୮ ରେ ଏହି ଟ୍ରଷ୍ଟ ବିରୋଧରେ ଦେବାଶିଷ ଧଳ ନାମକ ବ୍ୟକ୍ତି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ମାସିକ ୩୦ଲକ୍ଷ ଟଙ୍କା ଆୟ କରୁଥିବା ଏହି ମନ୍ଦିରର ଆୟ ବ୍ୟୟ ନେଇ ଟ୍ରଷ୍ଟିଙ୍କ ପକ୍ଷରୁ କୌଣସି ଲୋକାଲ ଅଡିଟ କରାଯାଉ ନଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା । ଯେଉଁ ମାମଲାର ଶୁଣାଣୀ କରି ଅଦାଲତ ଏହି ରାୟ ଦେଇଛନ୍ତି ।