ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆନ୍ଧ୍ରପଦେଶର ଗୋଦାବରୀ ନଦୀରେ ରବିବାର ଏକ ବଡ ଦୁର୍ଘଟଣା ଘଟିଛି । ନଦୀରେ ଡଙ୍ଗା ପାର ହେଲା ବେଳେ ଡଙ୍ଗାଟି ଓଲଟି ପଡିବା ଯୋଗୁଁ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ବୁଡି ଯାଇଥିଲେ । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି । ମୃତକଙ୍କ ସଂଖ୍ୟା ୪୬ କୁ ଟପିପାରେ ବୋଲି ଆଶଙ୍ଗା କରାଯାଉଛି, କାରଣ ଏପର୍ଯ୍ୟନ୍ତ ଏମାନେ ନିଖୋଜ ଅଛନ୍ତି । ୧୯୬୪ ପରେ ଏହି ଦୁର୍ଘଟଣା ସବୁଠାରୁ ବଡ ଦୁର୍ଘଟଣା ବୋଲି କୁହାଯାଇପାରେ ।
ସେପଟେ ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହିତ ଏହାର ରିପୋର୍ଟ ମାଗିଛନ୍ତି । ଶ୍ରୀ ରେଡ୍ଡୀ ତାଙ୍କ ଅଧିକାରୀଙ୍କୁ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନର୍ଦ୍ଦେଶ କ୍ରମେ ଜରୁରୀକାଳୀନ ପ୍ରଭାବ ଦ୍ୱାରା ନଦୀରେ ଅନ୍ୟ ନୌକା ସଂଚାଳନ ଉପରେ ରୋକ ଲଗାଯିବା ସହ ସମସ୍ତ ନୌକାର ଲାଇସେନ୍ସ ଚେକ୍ କରାଯିବା ପାଇଁ କୁହାଯାଇଛି । ଏହି ବଡ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ଯେଉଁମାନେ ସେଫ୍ଟି ଜାକେଟ ପିନ୍ଧିଥିଲେ ।
ଲୋକଙ୍କ ଖାମଖିଆଲିଆ ମନଭାବ ଯୋଗୁଁ ଦୁର୍ଘଟଣା ଘଟିଛି । ନଦୀରୁ ଉଦ୍ଧାର କରାଯାଇଥିବା ମୃତ ବ୍ୟକ୍ତିଙ୍କ ଶରୀରରେ ସେଫ୍ଟି ଜାକେଟ ନଥିଲା, କିନ୍ତୁ ଯେଉଁମାନଙ୍କ ଜୀବନ ବଞ୍ଚି ଯାଇଛି ସେମାନେ ସେଫ୍ଟି ଜାକେଟ ପିନ୍ଧିଥିଲେ ।