ଗଞ୍ଜାମ(ଏଟିଆର ବ୍ୟୁରୋ): ଆମ ସମାଜ କେତେ ଆଗକୁ ଗଲାଣି ହେଲେ ଆଜିବି କିଛି ଲୋକ ଗୁଣି ଉପରେ ବିଶ୍ୱାସ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଇ ଗାଁରେ । ଗୁଣି କରି ଥିବାର ସନ୍ଦେହ କରି ଜଣେ ଦମ୍ପତି ଉପରକୁ ତାଙ୍କ ସର୍ମ୍ପକୀୟ ମାନେ ଆକ୍ରମଣ କରିଥିଲେ । ଯାହା ଫଳରେ ସ୍ୱାମୀଙ୍କ ମୃତୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିସିôତ ହେଉଛନ୍ତି । ମୃତୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ବନମାଳି ସ୍ୱାଇଁ ।
ସୂଚନା ଅନୁସାରେ ବନମାଳିଙ୍କ ନିଜ ସର୍ମ୍ପକୀୟ ଭାଇ ସଂଜୟ ସ୍ୱାଇଁଙ୍କ ସ୍ତ୍ରୀ କିଡନି ରୋଗରେ ପିଡୀତ ଥିଲେ ବହୁ ଦିନର ଚିକିତ୍ସା ପରେ ମଧ୍ୟ ଭଲହୋଇ ପାରୁନଥିଲେ । ଏହା ପରେ ସଂଜୟଙ୍କ ଘର ଲୋକ ସଂଜୟଙ୍କ ଉପରେ କିଏ ଗୁଣି କରିଥିବାରୁ ତାଙ୍କ ଦେହ ଭଲ ହୋଇ ପାରୁ ନାହିଁ ବୋଲି ସନ୍ଦେହ କରିଥିଲେ । ଆଉ ସନ୍ଦେହ ଘେରରେ ଆସିଥିଲେ ବନମାଲି ଓ ତାଙ୍କ ସ୍ତ୍ରୀ ।
ଏଥି ପାଇଁ ଦୁଇ ପରିବାର ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା । ତେବେ ଗତ କାଲି ରାତିରେ ସଂଜୟ, ତାଙ୍କ ଦୁଇ ପୁଅ ଓ ଜଣେ ସର୍ମ୍ପକୀୟ ମିଶି ବନମାଳି ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ । ଠେଙ୍ଗା, ଲୁହା ରଡରେ ମାଡ ବାଜିବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ କଟକ ମେଡିକାଲ ନେଲା ବେଲେ ବନମାଲି ମୃତୁବରଣ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କେସ ନମ୍ବର ୨୨୪/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।