ପାଟଣାଗଡ(ଏଟିଆର ବ୍ୟୁରୋ): ବିଭିନ୍ନ ସମୟରେ ବଡ ବଡ ଅଧିକାରି ମାନେ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡିଥାନ୍ତି । ସେହିପରି କିଛି ଅଧିକାରି ସମ୍ପତି ଠୁଳ ଅଭିଯୋଗରେ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଥାନ୍ତି । ସେହି ପରି ଆଜି ସକାଳେ ଆୟ ବର୍ହିଭୁତ୍ତ ଓ ସମ୍ପତି ଠୁଳ ଅଭିଯୋଗରେ ପଟଣାଗଡ ପୂର୍ତ୍ତ ବିଭାଗର ସରକାରୀ ନୀର୍ବାହ ଯନ୍ତ୍ରୀ କିଶୋର କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୂଚନା ଅନୁସାରେ ବଲାଙ୍ଗୀର ଭିଜିଲାନ୍ସଙ୍କ ନେତୃତ୍ୱତରେ ୫ଜଣିଆ ଟିମ କିଶୋରଙ୍କ ଘର ସମେତ ଅନ୍ୟ ୪ଟି ଜାଗାରେ ଚଢାଉ କରାଯାଇଛି ।
କିଶୋରଙ୍କ ପୈତୃକ ଘର, ତାଙ୍କ ଭାଇଙ୍କ ଘର, ଲାଇନପଡାରେ ଥିବା ତାଙ୍କର କାର୍ଯ୍ୟାଲୟ ସମେତ ସୋନପୁର, ସମ୍ବଲପୁର ଓ ରାଉକେଲାରେ ଭିଜିଲାନ୍ସ ଚଢାଉ କରିଛି । ଏହି ଚଢାଉ କରୁଥିବା ସମୟରେ ବ୍ୟାଙ୍କ ପାସବୁକ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ଟିମ । କିଶୋରଙ୍କ ଭାଇଙ୍କୁ ଭିଜିଲାନ୍ସ ଟିମ ତଦନ୍ତ ପରିସରକୁ ଆଣିଥିବାର ସୂଚନା ରହିଛି । ଚଢାଉ ଜାରି ରହିଥିବାରୁ ତାଙ୍କର ସମ୍ପତିର ଆକଲନ କରାଯାଇ ପାରି ନାହିଁ ।