କଟକ(ଏଟିଆର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆଜି ସକାଳେ କଟକ ସ୍ୱରେଜ ବୋର୍ଡ ନିର୍ବାହ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବର୍ହିଭୁତ ଓ ସମ୍ପତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବାସଭବନ ଓ କର୍ଯ୍ୟଳୟ ସମେତ ଅନ୍ୟ ୩ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ୫ଜଣିଆ ଟିମ ପ୍ରମୋଦଙ୍କ କଟକ ସ୍ଥିତ ଘର ଓ କାର୍ଯ୍ୟାଳୟ, ନୂଆପଲ୍ଲୀ ନୂଆସାହିରେ ଥିବା ୩ ମହଲା କୋଠା, ଭୁବେନେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟରରେ ଚଢାଉ ଜାରି ରଖିଛି ।
ଚଢାଉ ସମୟରେ ୪୮୦ଗ୍ରାମର ସୁନା, ନଗତ ୫୨ହଜାର ଟଙ୍କା ବହୁ ଗୁରୁର୍ତ୍ତପୂର୍ଣ୍ଣ କାଗଜ ପତ୍ର, ବ୍ୟାଙ୍କ ପାସବୁକ, ଦୁଇଟି ଲକର ଓ ଗାଡି ଠାବ କରାଯାଇଛି । ଚହାଉ ଜାରି ରହିଥିବାରୁ ପ୍ରମୋଦଙ୍କ ସମ୍ପତିର ଆକଳନ କରାଯାଇ ପାରି ନାହିଁ ।