ବାପା ଖାଲି ଏକ ଡାକ ନୁହେଁ । ଏକ ସମ୍ପର୍କର ନାମ । ଯେଉଁ ଡାକ ଶୁଣିଲେ ପ୍ରଥମେ ଆଖି ଆଗକୁ ଚାଲି ଆସେ ତ୍ୟାଗ ପ୍ରତିଦାନର ଏକ ପ୍ରତିଛବି । କାହିଁକି ନାଁ ଆମେ ସମସ୍ତେ ଜାଣିଛେ ମାଁ ଟିଏ ଦଶ ମାସ ଦଶ ଦିନ ଗର୍ଭ ଜନ୍ତ୍ରଣା ସହି ପିଲାଟିଏକୁ ଜନ୍ମ ଦିଏ । ହେଲେ ବାପା ସେଇ ପିଲାକୁ ହାତ ଧରି ଚାଲିବା ଶିଖାଏ । ଆଉ ଜୀବନର ରାସ୍ତା ଦେଖାଏ । ଯେଉଁଥି ପାଇଁ ପ୍ରତ୍ୟକ ମଣିଷ ବାପା ଡାକ ଶୁଣିଲେ ମନରେ ଆପେ ଆପେ ଆସିଯାଏ ଅଦମ୍ୟ ସାହାସ । ଏବେ ଶୋସାଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।
ଗେଟିଏ ଛୋଟ ଛୁଆ ଯାହାର ବୟସ ପାଖାପାଖି ୬ ରୁ ସାତମାସ ହେବ । ପିଲାଟି ଭଲ ଭାବେ ଠିଆ ହେବା ମଧ୍ୟ ଶିଖି ନାହିଁ । ହେଲେ ପିଲାଟିକୁ ତା ବାପା ଠିଆ କରିବା ପାଇଁ କିଭଳି ଅମାନୁସିକ ଭାବେ ମାଡ ମାରୁଛନ୍ତି ତାହା ଏବେ ଚାଡିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଳଟିଛି । ପିଲାଟି ଭଲ ଭାବେ ଗୋଡ ସଳଖି ଠିଆ ହୋଇ ପାରୁନି ବୋଲି ବାରମ୍ଭାର ବ୍ୟକ୍ତି ଜଣଙ୍କ ପିଲାଟିକୁ ଠିଆ କରୁଛନ୍ତି ମାତ୍ର ପିଲାଟି ପଡି ଯାଉଛି । ଆଉ ପିଲାଟିକୁ ଠିଆ କରିବା ପାଇଁ ରାଗରେ ନାଲି ପଡିଯାଉଛନ୍ତି ବ୍ୟକ୍ତି ଜଣଙ୍କ । ଆଉ ମନ ଇଚ୍ଛା ସେଇ କଅଁଳା ପିଲାଟାକୁ ପିଟି ଚାଲିଛନ୍ତି । କେତେବେଳେ ଗାଲକୁ ଶକ୍ତ ଚାପୁଡା ମାରୁଛନ୍ତି ତ ପୁଣି ଆଉ କେତେବେଳ କାନ ମୋଡି ଠିଆ କରିବାକୁ ଚେଷ୍ଟା କରୁଛନ୍ତି । କେବଳ ଏତିକି ନୁହେଁ ଶିଶୁଟିକୁ ଉପରକୁ ଉଠାଇ କଚାଡି ଦେଉଛନ୍ତି । ଶିଶୁଟି ଯେତେ ଚିକ୍ରାର କଲେ ମଧ୍ୟ ବାପାର ସେହି ପଥର ହୃଦୟ କିନ୍ତୁ ତରଳୁ ନାହିଁ ।
ଏହି ଭଡିଓରଟି ଆମ ଦେଶର ଭିଡିଓ ନୁହେଁ । ଏହି ଭିଡିଓଟି ଅନ୍ୟ କୌଣସି ଦେଶର । ଆମେ ଏ କଥା ଏଥି ପାଇଁ କହୁଛୁ କାରଣ ଏବେ ଆମେ ସମସ୍ତେ ଓଷ୍ଟେର୍ଣ୍ଣ କଲଚର ମୁହାଁ ହେଉଛେ । ଭାରତ ପରମ୍ପରା ଠାରୁ ଦୂରେଇ ଯାଇ ବିଦେଶୀ ପରମ୍ପରା ପଛରେ ପଡିଛେ । ଏହି ବିଦେଶ ପରମ୍ପରାର ଏହା ହେଉଛି ଏକ ବାସ୍ତବ ଚିତ୍ର । ଯେଉଁ ସମୟରେ କଅଁଳ ଶିଶୁଟିକୁ ହାତ ଧରି ଚାଲିବା ଶିଖାଇବା କଥା ସେହି ସମୟରେ ତାକୁ ଅକଥନୀୟ ମାଡ ମରା ଯାଉଛି । କିନ୍ତୁ ଆମ ଦେଶରେ ଗୋଟେ କଅଁଳ ଶିଶୁକୁ ଏଭଳି ମାଡ ମାରିବା ପାଇଁ ଗୋଟେ ବାପାର ହାତ କେବେ ହେଲେ ଯିବ ନାହିଁ ।