କଳାହାଣ୍ଡି(ଏଟିଆର ବ୍ୟୁରୋ); ଧୀରେ ଧୀରେ ଫିଟୁଛି କଳାହାଣ୍ଡି ଜିଲ୍ଲା ସିରମସ୍କା ଆବାସିକ ସ୍କୁଲର ଗୁମର । ପାଠ ପଢ଼ା ନାଁରେ ଛାତ୍ରୀଙ୍କୁ କରାଯାଉଥିଲା ଉପଭୋଗ । ଜଣେ ନବମ ଶ୍ରେଣୀ ଛାତ୍ରୀ ଏ ସମ୍ପର୍କରେ ମୁହଁ ଖୋଲିବା ପରେ ଏବେ ଅନେକ ଲୁକ୍କାୟିତ ତଥ୍ୟ ପଦାକୁ ଆସିଛି । କେବଳ ଅଭିଯୋଗ ଆଣିଥିବା ନବମ ଶ୍ରେଣୀ ଛାତ୍ରୀ ନୁହଁନ୍ତି ବରଂ ସ୍କୁଲର ବହୁ ଛାତ୍ରୀଙ୍କୁ ରାତି ତମାମ ଉପଭୋଗ କରିଛନ୍ତି ବହୁ ନେତା ଓ ପ୍ରଶାସନିକ ଅଧିକାରୀ । ପୂରା ଖବର ଜାଣିବା ପୂର୍ବରୁ ଥରେ ଶୁଣି ନିଅନ୍ତୁ କ’ଣ କହୁଛନ୍ତି ଆଦିବାସୀ ନେତା ପରମାନନ୍ଦ ମାଝି ।
ଶୁଣିଲେ ତ’ ପୂର୍ବରୁ ଝିଅମାନେ ଅନ୍ତସ୍ୱତା ହୋଇଛନ୍ତି । ମନି ଓ ମସଲ ପାୱାର ଲଗାଇ କଥାକୁ ଯଥା ସମ୍ଭବ ଚପାଇ ରଖାଯାଇଛି । ଯଦି ଏକଥା ସତ ହୋଇଥାଏ ତେବେ ସାଙ୍ଘାତିକ । ବିଜେଡି ନେତାଙ୍କ ନାଁରେ ଏଭଳି ସଗିଂନ ଅଭିଯୋଗ ଉଠିଥିବା ବେଳେ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ସେପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ମହାପାତ୍ରକୁ ପୁଲିସ ଗିରଫ କରିଛି । ତେବେ ଘଟଣା ପଛରେ ଆହୁରି ଅନେକ ରଥୀମହାରଥୀ ସମ୍ପୃକ୍ତ ଥିବା ଇଙ୍ଗିତ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ।
ତେବେ ପୂରା ଘଟଣାକୁ ନେଇ ଏବେ ବି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି । ବିଦ୍ୟାଳୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି, ସରକାରୀ ବାବୁମାନେ ରାତି ତମାମ ଝିଅଙ୍କୁ ଉପଭୋଗ କରୁଥିବା କଥା ଚର୍ଚ୍ଚା ହେଉଥିବା ବେଳେ ଏହାକୁ ରାଜନୀତିକରଣ କରାଯାଉଥିବା ସଫେଇ ଦେଇଛନ୍ତି ଗିରଫ ଅଭିଯୁକ୍ତ ବାଳକୃଷ୍ଣ
।
ପ୍ରଥମେ ଢେଙ୍କାନାଳ ସେଲଟର ହୋମ ଆଉ ଏବେ କଳାହାଣ୍ଡିର ଏହି ସ୍କୁଲ ଘଟଣାକୁ ନେଇ ସବୁ ମହଲରେ ଦେଖିବାକୁ ମିଳିଛି ଅସନ୍ତୋଷର ନିଆଁ । ଗୋଟିଏ ପଟେ ଖୋଦ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମାକୁ ସମ୍ମାନର କଥା କହୁଥିବା ବେଳେ ତାଙ୍କରି ରାଜ୍ୟରେ ଏଭଳି ଘଟଣା ପ୍ରମାଣ କରୁଛି ଆଦୌ ସୁରକ୍ଷିତ ନୁହନ୍ତି ଆମ ମା ଭଉଣୀ…