ବାଲେଶ୍ୱର(ଏଟିଆର ବ୍ୟୁରୋ): ଦୁର୍ଗା ପୂଜା ଅବସରରେ ପୋଲିସ ପ୍ରସାଶନ ପକ୍ଷରୁ ସବୁ ଆଡେ ପୋଲିସ ମୁତୟନ କରାଯାରଇଛି । ଛକ ଛକରେ ଚେକିଙ୍ଗ କରାଯିବା ସହ ପୋଲିସ ପାଟ୍ରୋଲିଙ୍ଗ ମଧ୍ୟ କରୁଛି । ହେଲେ ଏହା ମଧ୍ୟରେ ବାଲେଶ୍ୱରର ଜଣେ ବ୍ୟବସାୟୀଙ୍କ ଉପରକୁ ଦୁର୍ବୃତ୍ତ ମାନେ ଗୁଳି ମାଡ କରିଛନ୍ତି । ସୁଚନା ଅନୁସାରେ ଆଜି ଦିନ ପ୍ରାୟ ୨ଟା ବେଳେ ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅନ୍ତର୍ଗତ ଶେରଗଡ ବଜାରରେ ଭାଗବତ ରାଉତ ନାମକ ଜଣେ ବ୍ୟବସାୟୀଙ୍କ ଉପରେ ଦୁର୍ବୃତ୍ତ ମାନେ ଗୁଳି ମାଡ କରି ସେଠାରୁ ଫେରାର ହୋଇ ଯାଇଛନ୍ତି । ଭାଗବତ ଦୋକାନ ବନ୍ଦ କରୁଥିବା ବେଳେ କିଛି ଯୁବକ ବାଇକରେ ଆସି ତାଙ୍କୁ ମିକ୍ସର ମାଗିଥିଲେ ।
ସେ ଦେକାନ ଭିତରକୁ ଗଲା ବେଳେ ତାଙ୍କ ଠାରୁ ସୁନା ଚେନ ଚଡାଇବାକୁ ଚେଷ୍ଟା କରିଥିଲେ ।ଭାଗବତ ବିରୋଧ କରିବାରୁ ବାଇକରୁ ଦୁଇ ଜଣ ଦୁର୍ବୃତ୍ତ ଓହ୍ଲାଇ ଆସି ଭାଗବତଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲେ । ଭାଗବତଙ୍କ ଦୁଇ କାନ୍ଧରେ ଗୁଳି ବାଜିବାରୁ ସେ ତଳେ ପଡି ଯାଇଥିଲେ । ଏହା ଦ୍ୱାରା ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଭାଗବତଙ୍କୁ ପାଖରେ ଥିବା ଦୋକାନି ମାନେ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବାଲେଶ୍ୱର ଜିଲ୍ଲାର ଏସପି ଯୁଗଳ କିଶୋର ଓ ଖନ୍ତପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାଟିର ତଦନ୍ତ ଆରମ୍ଭ କରିଛି ।