ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ ଲକ୍ଷ କର୍ମଚାରୀଙ୍କୁ ଦୀପାବଳୀ ଉପହାର ଦିଆଯାଇଛି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର । ଏହାସହିତ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ପୂର୍ବରୁ ଏହା ୧୨ ପ୍ରତିଶତ ଥିଲା । ଏନେଇ କେନ୍ଦ୍ରୀୟ କ୍ୟାବିନେଟ୍ ରେ ଘୋଷଣା କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ଘୋଷଣା କରି କହିଛନ୍ତି କି , ମୋଦି ସରକାରଙ୍କ ଏହି ନିଷ୍ପତିରେ ପାଖାପାଖି ୬୫ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ଯେଉଁମାନେ ନ୍ସେନ୍ ପାଉଛନ୍ତି ସେମାନଙ୍କ ପାଇଁ ବି ଏହା ଉପଯୋଗୀ ।
ପ୍ରକାଶ ଜାଭେଦକର କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବଢାଇ ୧୭ ପ୍ରତିଶତ କରିବା ପାଇଁ ଘୋଷଣା କରାଯାଇଛି । ଏଥିରେ ୬୫ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ମୋଦି ସରକାରଙ୍କ ନେତୃତ୍ୱରେ ଆମେ ଅନେକ କ୍ଷେତ୍ରରେ ବହୁତ ଭଲ କାମ କରିଛୁ, ଯାହାର ପ୍ରଭାବ ଦେଖିବାକୁ ମିଳୁଛି ।
ସେ ମଧ୍ୟ କହିଛନ୍ତି କି ପାକିସ୍ତାନ ଅଧିକୃତ କାଶ୍ମୀରରୁ ଆସିଥିବା ବ୍ୟକ୍ତିଙ୍କୁ ୫.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଏହାଦ୍ୱାରା ଐତିହାସିକ ଭୁଲ୍ ସୁଧାରିବାରେ ସୁଯୋଗ ମିଳିବ ।
ଏହାସହିତ କ୍ୟାବିନେଟ୍ ବୈଠକରେ ଆୟୁଷ୍ମାନ ଭାରତ ଯୋଜନାକୁ ବଢାଇବା ପାଇଁ ନିଷ୍ପତି ନିଆଯାଇଛି ।