ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରେଲୱେ ନିଜର ଆମଦାନୀ ବଢାଇବା ପାଇଁ ନୂଆ ସ୍କିମ୍ ଆରମ୍ଭ କରିଦେଇଛି । ଏହି ସ୍କିମ୍ ର ନାଁ ରହିଛି ପ୍ରମୋଶନ ଅନ୍ ହ୍ୱିଲସ । ଏହି ସ୍କିମ୍ ଅନୁଯାୟୀ ସ୍ପେଶାଲ ଟ୍ରେନ ବୁକିଂ କରାଯାଇପାରିବ । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏବେ ରେଲୱେ ପ୍ରମୋଶନାଲ ଆକ୍ଟିଭିଟିଜ୍ ପାଇଁ ଟ୍ରେନ୍ ର ବୁକିଂ କରିବ ।
ରେଲୱେ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ, ‘ପ୍ରମୋଶନ ଅନ୍ ହ୍ୱିଲସ’ ଅନୁଯାୟୀ ବିଜ୍ଞାପନ ଗତିବିଧି ଏବଂ କଳା, ସଂସ୍କୃତି, ଫିଲ୍ମ, ଟେଲିଭିଜନ କାର୍ଯ୍ୟକ୍ରମ, ଖେଳ ଆଦିର ପ୍ରଚାର ପାଇଁ ବିଶେଷ ଟ୍ରେନ୍ ଉପଲବ୍ଧି ହେବ ।
ସବୁଠାରୁ ବଡ କଥା ହେଲା ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ହାଉସଫୁଲ ୪’ ର ପ୍ରମୋଶନ ପାଇଁ ଟ୍ରେନ୍ ବୁକ୍ କରିସାରିଛନ୍ତି । ଆଇଆରସିଟିସି ଏବଂ ପଶ୍ଚିମ ରେଲୱେ ଦ୍ୱାରା ସଂଚାଳିତ ପ୍ରଥମ ବିଶେଷ ‘ପ୍ରମୋଶନ ଅନ୍ ହ୍ୱିଲସ’ ଟ୍ରେନ ‘ହାଉସଫୁଲ ୪’ ର ଟିମ୍ କୁ ନେଇ ବୁଧବାର ମୁମ୍ବାଇ ସେଣ୍ଟ୍ରାଲ ରୁ ଛାଡିବ ଏବଂ ଗୁରୁବାର ଦିନ ପହଁଚିବ । ଟ୍ରେନ୍ରେ ସର୍ବୋମୋଟ୍ ୮ ଟି ବଗି ରହିବ ।