ଲକ୍ଷ୍ନୌ(ଏଟିଆର ବ୍ୟୁରୋ): ବିବାଦୀୟ ଅଯୋଧ୍ୟା ମାମଲାର ରାୟ ଶୁଣାଣି ପୂର୍ବରୁ ରାଜ୍ୟରେ ଥିବା ସମସ୍ତ ଅପରାଧି ମାନଙ୍କୁ ଜେଲ ଭିତରକୁ ପଠାଇବା ପାଇଁ ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାତଙ୍କ ସରକାର । ଲଗାତାର ୪୦ ଦିନର ଶୁଣାଣି ପରେ ରାୟ ସୁରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଅଗଷ୍ଟ ୬ ତାରିଖରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପିଠ ଅଯୋଧ୍ୟ ମାମଲା ଉପରେ ନିତିଦିଆ ଶୁଣାଣି କରୁଥିଲେ । ତେବେ ଜଷ୍ଟିସ ଗୋଗାଇ ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଯାଉଛନ୍ତି । ଏହା ପୂର୍ବରୁ ଅଯୋଧ୍ୟ ମାମଲାର ଶୁଣାଣି ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ସମସ୍ତ ପୋଲିସ ଅଧିକାରୀ ମାନଙ୍କ ଛୁଟି ବାତିଲ କରିବା ସହ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥ ଆଉ ଏକ ପଦକ୍ଷେପ ନେବା ପାଇଁ ଜୋଯନା କରୁଛନ୍ତି । ସେ କହିଛନ୍ତି ଆଯୋଧ୍ୟ ମାମଲାର ଶୁଣାଣି ପୁର୍ବରୁ ରାଜ୍ୟର ସବୁ ଅପରାଧୀ ମାନଙ୍କୁ ଧରି ଜେଲରେ ରଖିବା ପାଇଁ । ଏହା ସହ ସୋଶିଆଲ ମିଡିଆ ଉପରେ ନଜର ରଖି ଯେମିତି ରାୟ ଆସିବା ପୁର୍ବରୁ ଏହା ଉପରେ କେହି ଆକ୍ଷେପ କଲା ଭଳି ବୟାନ ନଦିଅନ୍ତୁ ତାହା ଉପରେ ନଜର ଦିଆଯିବ । ଏଥି ପାଇଁ ଜିଲ୍ଲା ଅଧିକାରୀ ଓ ପୋଲିସ ଅଧୀକାରୀ ମାନଙ୍କର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବ । ତେବେ ଧର୍ମ ଗୁରୁ ଓ ନେତା ମାନଙ୍କ ସୁରକ୍ଷା ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।