ହାଇଦ୍ରାବାଦ ( ଏଟିଆର ବ୍ୟୁରୋ): ହାଇଦ୍ରାବଦରେ ଜଣେ ଗ୍ରାହକ ଅନଲାଇନରେ ଖାଦ୍ୟ ଯୋଗାଉଥିବା ସସ୍ଥାର ଜଣେ ଡେଲିଭରି ବୟକୁ ଧର୍ମ ପଚାରି ଖାଦ୍ୟ ଫେରାଇ ଦେଇଥିଲେ । ଯାହାକୁ ନେଇ ଅନଲାଇନ ଖାଦ୍ୟ ଯୋଗାଉଥିବା ସସ୍ଥା ସ୍ୱିଗ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ଏହି ଘଟଣାରେ ପୁଲିସ ସଂମ୍ପୃକ୍ତ ଗ୍ରାହକଙ୍କ ନାମରେ ମାମଲା ରୁଜୁ କରିଛି । ସୂଚନା ଅନୁସାରେ ଏଇ ନିକଟରେ ହାଇଦ୍ରାବାଦ ଅଲିୟାବାଦ ଇଲାକାରେ ରହୁଥିବା ଅଜୟ କୁମାର ନାମକ ଜଣେ ବ୍ୟକ୍ତି ସ୍ୱିଗରୁ ଖାଦ୍ୟ ଅନଲାଇନ ଯୋଗେ ମଗାଇଥିଲେ ।
ସ୍ୱିଗ ପକ୍ଷରୁ ଡେଲିଭରି ବୟ ଖାଦ୍ୟ ନେଇ ତାଙ୍କ ପାଖରେ ପହଞ୍ଚି ଥିଲେ । ହେଲେ ଗ୍ରାହକ ଜଣଙ୍କ ତାଙ୍କୁ ତାଙ୍କ ଧର୍ମ ବିଷୟରେ ପଚାରିଥିଲେ । ପରେ ଗ୍ରାହକ ଜଣଙ୍କ ଉକ୍ତ ଖାଦ୍ୟକୁ ଫେରାଇ ଦେଇଥିଲେ । ଯାହା ଫଳରେ କମ୍ପାନୀ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା । ଅନ୍ୟପଟେ ଅର୍ଡର କରିଥିବା ଗ୍ରାହକ ଚିକେନ ଅର୍ଡର କରିଥିଲେ । ସେତେବେଳେ ସେ ହିନ୍ଦୁ ପିଲା ଜରିଆରେ ଡେଲିଭରି କରିବାକୁ କହିଥିଲେ । ମାତ୍ର ସ୍ୱିଗ ଜଣେ ମୁସଲମାନ ପିଲା ହାତରେ ଖାଦ୍ୟ ପଠାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସଂମ୍ପୃକ୍ତ ଗ୍ରାହକ । ତେବେ ଏହାକୁ ନେଇ ସ୍ୱିଗ କହିଛି ସିଷ୍ଟମ ଅଟମେଟିକ ଚାଲୁଛି । ଆମେ ଆମ ସସ୍ଥାରେ ଜାତିବାଦ ଓ ଧର୍ମକୁ ପ୍ରଧାନ୍ୟ ଦେଉନାହିଁ । ସବୁ ଗ୍ରାହକ ସମାନ ।