ବରଗଡ ( ଏଟିଆର ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆସନ୍ତା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଧନୁଯାତ୍ରା କିଭଳି ସରସ ସୁନ୍ଦର ହେବା ସହିତ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ସେ ସମସ୍ତ ଦିଗକୁ ନେଇ ଆଲୋଚନା ହୋଇଛି ।
ଏହି ବୈଠକରେ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଏଥର ୭୧ ତମ ଧନୁଯାତ୍ରା ଅନୁଷ୍ଠିତ ହେବ । ଗତଥର କଂସ ଭୁମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନଙ୍କୁ ଚଳିତ ବର୍ଷ ମଧ୍ୟ କଂସ ଭୁମିକାରେ ଅଭିନୟ କରିବେ ।