ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଘରେ ସର୍ବଦା କିଛି ନା କିଛି ସମସ୍ୟା ଲାଗି ରହିଥାଏ । ଘରର ନକରାତ୍ମକ ଶକ୍ତି ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଏଥିପାଇଁ ଭୟବିତ ହୁଅନ୍ତୁ ନାହିଁ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ଉପାୟ କୁହାଯାଇଛି , ଯାହାଦ୍ୱାରା ଘରର ନକରାତ୍ମକ ଦୂର ହୋଇ ସକରାତ୍ମକ ବାତାବରଣ ବଳବତ୍ତର ରହିଥାଏ ।
ଘରୋଇ କଳହରୁ ରକ୍ଷା ପାଇବାର ଉପାୟ:
– ପ୍ରତ୍ୟେକ ଦିନ ସକାଳୁ ଗୋଟେ ପାତ୍ରରେ ସଫା ପାଣି ଭରି ରଖନ୍ତୁ ଏବଂ ସେଥିରେ ତୁଳସୀ ପତ୍ର ପକାନ୍ତୁ । ଏହାପରେ ଏହି ତୁଳସୀ ପତ୍ର ଯୋଗେ ଘରର ଚାଡିଆଡେ ପାଣି ଛିଞ୍ଚନ୍ତୁ ।
– ଯଦି ଘରର କୌଣସି ସଦସ୍ୟ ବାରମ୍ବାର ଖରାପ ସ୍ୱପ୍ନ ଦେଖୁ୍ଛନ୍ତି, ତେବେ ଶୋଇବା ପୂର୍ବରୁ ଘରେ ଘିଅରେ କର୍ପୁର ପକାଇ ଜଳାନ୍ତୁ । ଏଭଳି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ଭଲ ନିଦ ହୋଇଥାଏ ।
– ରାତିରେ ଶୋଇବା ସମୟରେ ଘରର ପ୍ରତ୍ୟେକ କୋଣରେ ଏକ କାଚ ପାତ୍ର ଲୁଣ ଭରି କରି ରଖି ଦିଅନ୍ତୁ । ପୁଣି ସକାଳୁ ଉଠିଲା ପରେ ସେହି ଲୁଣକୁ ପାଣି ବୁହାଇ ଦିଅନ୍ତୁ ।