ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୀତଦିନେ ବିଭିନ୍ନ ପ୍ରକାରର ଫଳ ବଜାରକୁ ଆସିଥାଏ । ସେହି ସବୁ ଫଳ ମଧ୍ୟରୁ ସେପଟା (ଚିକୁ) ଅନ୍ୟତମ । ଏହା ଦେଖିବାକୁ ଆଳୁ ସଦୃଶ କିନ୍ତୁ ଖୁବ୍ ସ୍ୱାଦିଷ୍ଟ । ଏଥିରେ ପୋଟାସିୟମ, କପର, ଆୟରନ୍, ଫୋଲେଟ, ନିୟାସିନ ଏବଂ ଭିଟାମିନ୍ ଏ ଭରପୁର ମାତ୍ରାରେ ରହିଥାଏ । ଯେଉଁଥି ପାଇଁ ଏହି ଫଳ ଖାଇବା ନିହାତି ଆବଶ୍ୟକ ଏବଂ ଏହା ଫାଇଦା ଯୋଗାଇ ଥାଏ । ତେବେ ଆସନ୍ତୁ ଜାଣିବା ସେପଟା ଖାଇବା ଦ୍ୱାରା ଶରୀରକୁ କେଉଁ ଫାଇଦା ମିଳିଥାଏ ।
ଥଣ୍ଡା ଓ କାଶ: ସେପଟା ରେ ଏଭଳି ରାସାୟନିକ ଗୁଣ ରହିଛି, ଯାହା ଶୀତ ଦିନେ ଆପଣଙ୍କୁ ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ରକ୍ଷା କରିବ । ଏହି ଫଳ ସେବନ ଦ୍ୱାରା ଦୀର୍ଘ ଦିନରୁ ଲାଗି ରହିଥିବା କାଶ ଭଲ ହୋଇ ଯାଇଥାଏ ।
ହାଡ ମଜବୁତ୍ ହେବା: ଶରୀରରେ ଥିବା ହାଡ ପାଇଁ କ୍ୟାଲସିୟମର ଏକ ଭଲ ସ୍ରୋତ ହେଉଛି ସେପଟା । ଏହା କ୍ୟାଲସିୟମ ସହିତ ଫୋଲେଟସ୍, ମ୍ୟାଗ୍ନେସିୟମ, ଫସଫରସ୍ ଏବଂ ଆୟରନ୍ ର ବି ଭଲ ସ୍ରୋତ । ଏହି ଫଳକୁ ନିୟମିତ ସେବନ କରିବା ଦ୍ୱାରା ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆପଣଙ୍କୁ କ୍ୟାଲସିୟମ ଔଷଧର ଆବଶ୍ୟକ ପଡିବ ନାହିଁ ।
ଓଜନ ହ୍ରାସ କରିବାରେ ସହାୟକ: ଯଦି କୌଣସି ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସେପଟା ଖାଇ ପାରିବେ । ଏଥିରେ ବହୁତ କମ ମାତ୍ରାରେ କ୍ୟାଲୋରିଜ୍ ଥାଏ । ଯାହାଫଳରେ ଆପଣ ଏହାକୁ ନିୟମିତ ଖାଇ ପାରିବେ ।
ଗ୍ଲୋଇଙ୍ଗ ସ୍କିନ୍: ଫାଇବର୍ ଏବଂ ଭିଟାମିନ୍ ସି ରେ ଭରପୁର ସେପଟା ଆପଣଙ୍କ ତ୍ୱଚା ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଆପଣ ଚାହିଁଲେ ସେପଟାର ଚୋପାରେ ସ୍କ୍ରବିଙ୍ଗ କରିପାରିବେ । ତ୍ୱଚାର ଟୋନିଂ ଏବଂ ଡେଡ୍ ସ୍କିନ୍ ହଟାଇବା ପାଇଁ ସେପଟା ଚୋପା ଖୁବ୍ ସହାୟକ ହୋଇଥାଏ ।