ପାରାଦୀପ ( ଏଟିଆର ବ୍ୟୁରୋ): ମୋବାଇଲ ନେଲା ଜୀବନ । ଛାତିରେ ମୋବାଇଲ ରଖି ଶୋଇଥିଲେ ଫାଟିଲା ମୋବାଇଲ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପରେ । ସୂଚନା ଅନୁସାରେ ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଣେ ରାଜମିସ୍ତ୍ରୀ । ତାଙ୍କ ଘର ନୟାଗଡ ଅଞ୍ଚଳରେ । ସେ ପାରାଦୀପରେ ରହି କାମ କରୁଥିଲେ । ଅଠରବାଙ୍କୀ ଅଞ୍ଚଳରେ ସେ ନିଜ ସାଙ୍ଗ ମାନଙ୍କ ସହିତ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସେ ମୋବାଇଲକୁ ଚାର୍ଜରେ ବସାଇ କାହା ସହିତ କଥା ହୋଇଥିଲେ ।
ପରେ ମୋବାଇକୁ ସେମିତି ଛାତି ଉପରେ ରଖି ଶୋଇ ପଡିିଥିଲେ । ବିଳମ୍ବିତ ରାତିରେ ହଠାତ ମୋବାଇଲଟି ବିଷ୍ପୋରଣ ହୋଇଥିଲା । ମୋବାଇଲଟି ଛାତି ଉପରେ ରହିଥିବାରୁ ବିଷ୍ପୋରଣରେ ରାଜମିସ୍ତ୍ରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଓଭର ଚାର୍ଜି ଯୋଗୁ ଏମିତି ହୋଇଥିବା ଅନୁମାନ କରାଯାଉଛି ।