ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଥିଲା । ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଦିବଙ୍ଗତ ତିନି ପୂର୍ବତନ ସଦସ୍ୟ ଓ ଜଣେ ସହିଦ ଯବାନଙ୍କ ପାଇଁ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହାକୁ ବିରୋଧୀ ମଧ୍ୟ ସମର୍ଥନ କରିଥିଲେ । ତେବେ ଏହା ପରେ ଉଭୟ ବିଜେପି ଓ କଂଗ୍ରେସର ବିଧାୟକ ମାନେ ବିଭିନ୍ନ ଦାବିକୁ ନେଇ ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ । ଯେଉଁଥି ପାଇଁ ଦିନ ୩ ଟା ପର୍ୟ୍ୟନ୍ତ ବାଚଷ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ । ଅପରାହ୍ନ ୩ଟା ପରେ ଅର୍ଥ ମନ୍ତ୍ରୀ ନିରଜଂନ ପୂଜାରୀ ୮୧୨୬.୩୨ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ କରିଥିଲେ । ଯାହାକୁ ବିଜେପି ଓ କଂଗ୍ରେସ ବିରୋଧ କରିଥିଲେ ।
ତେବେ ଏହି ଅତିରିକ୍ତ ବ୍ୟୟ ମଂଜୁରୀ ବିଲରେ ପ୍ରାଶାସନିକ ବ୍ୟୟ ପାଇଁ ରହିଛି ୨୬୭.୨୩ କୋଟି , ବିଭିନ୍ନ କାର୍ୟ୍ୟକ୍ରମ ପାଇଁ ୭ ହଜାର ୪୩୨.୮୦ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ସଂସଦୀୟ ବ୍ୟାପାର ବିଭାଗ ପାଇଁ ୧.୭୫ କୋଟି, ଶକ୍ତି ବିଭାଗ-୮୫୧.୧୫ କୋଟି, ପର୍ୟ୍ୟଟନ ବିଭାଗ ପାଇଁ ୪୫.୫୩ କୋଟି, ସମବାୟ-୧୯୧.୦୩ କୋଟି, ମହିଳା ଓ ଶିଶୁ ବିକାଶ-୨୬୧.୨୫ କୋଟି, ପ୍ରଯୁକ୍ତି ବିଦ୍ୟା-୧୭.୦୧ କୋଟି, ଉଚ୍ଚଶିକ୍ଷା-୩୪.୫୩ କୋଟି, ଦକ୍ଷତା ବିକାଶ-୭୧.୫୭ କୋଟି, ବିପର୍ୟ୍ୟୟ ପ୍ରଶମନ ପାଇଁ ୬.୫୨ କୋଟି, ଓଡ଼ିଆ ଭାଷା ଓ ସଂସ୍କୃତି- ୩.୦୭ କୋଟି, ସାମାଜିକ ସୁରକ୍ଷା-୫୦୪ କୋଟି, ସ୍ବାସ୍ଥ୍ୟ ବିଭାଗ ପାଇଁ ୪୯୧.୨୨ କୋଟିର ବ୍ୟୟ ଅଟକଳ ହୋଇଛି ।