ସମ୍ବଲପୁର (ଏଟିଆର ବ୍ୟୁରୋ): କୁଳପତିଙ୍କ ଉପରେ ଆକ୍ରମଣ । ଅଳ୍ପକେ ରକ୍ଷା ପାଇଲେ କୁଳପତି । ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକନୋଲୋଜି ବା ଭିଏସଏସୟୁଟି କୁଳପତିଙ୍କ ଉପରେ ହୋଇଛି ଆକ୍ରମଣ । କୁଳପତି ଚାମ୍ବରରେ ବସିଥିବା ବେଳେ କେହି ଏକ ଅଜଣା ଯୁବକ ତାଙ୍କ କକ୍ଷରେ ପଶି ତାଙ୍କ ଉପରକୁ ଆକ୍ରମଣ କରିଥିଲା ।
ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୧ଟାଏ ବେଳେ ଜଣେ ଯୁବକ ଭିଏସଏସୟୁଟି କୁଳପତିଙ୍କ ଚାମ୍ବରରେ ପଶିଥିଲେ ଓ କୁଳପତିଙ୍କୁ ମଧ୍ୟ ଆକ୍ରମଣ ଉଦ୍ୟମ କରିଥିଲା ହେଲେ ସେଠାରେ ଥିବା ଅନ୍ୟ କର୍ମଚାରୀମାନେ ଆସି ଯୁବକଙ୍କୁ କାବୁ କରିବା ସହ ପୋଲିସର ଜିମାରେ ଦେଇଥିଲେ । ପୋଲିସ ଯୁବକକୁ ଅଟକ ରଖିବା ସହ ପଚାର ଉଚରା କରିବା ବେଳେ ଜାଣିବାକୁ ପାଇଥିଲା କି ଯୁବକ ଜଣକର ମାନସିକ ଅବସ୍ଥା ଠିକ ନାହିଁ ବୋଲି ଓ ଯୁବକଟି ବୁର୍ଲା କିର୍ବା ଗ୍ରାମର ଅଶୋକ ମିର୍ଦ୍ଧା ବୋଲି ଜଣାପଡିଛି ।