ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏଣିକି ଯଦି ହୋଟେଲ ପାର୍କିଂରେ ଆପଣ ଗାଡି ରଖିଛନ୍ତି । ମାତ୍ର ଗାଡିଟି ସେଠାରୁ ଚୋରି ହୋଇଗଲା ତେବେ ଏଥିରେ ବିଚଳିତ ହେବା ଆବଶ୍ୟକ ନାହିଁ । ହଜିଥିବା ଗାଡିର ସମସ୍ତ କ୍ଷତି ପୂଣଣ ଏଣିକି ଦେବେ ହୋଟେଲ କତ୍ତୃପକ୍ଷ । ଏମିତି ଏକ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ ୧୯୯୮ ମସିହାରେ ତାଜ ହୋଟେଲ ପାର୍କି ପରିସରରୁ ଚୋରି ହୋଇଥିବା ଏକ କାର ମାମଲାର ଶୁଣାଣୀ କରି ସୁପ୍ରିମ କୋର୍ଟ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି ।
ପ୍ରଥମେ ଏହି ମାମଲା ଗ୍ରାହକ କମିଶନଙ୍କ ନିକଟରେ ପହଞ୍ଚିଥିଲା । ସେହି ସମୟରେ ମଧ୍ୟ କମିଶନର କାର ମାଲିକଙ୍କ ସପକ୍ଷରେ ରାୟ ଦେଇଥିଲେ । ପରେ ଏହି ମାମଲା ସୁପ୍ରିମ କୋର୍ଟକୁ ଯାଇଥିଲା । ଏବେ ସୁପ୍ରିମକୋର୍ଟ ମଧ୍ୟ କାର ମାଲିକଙ୍କ ସପକ୍ଷରେ ରାୟ ଦେଇଛନ୍ତି । ହୋଟେଲ କର୍ମଚାରୀଙ୍କ ଅବହେଳା ହେତୁ ଗାଡିଟି ଚୋରି ହୋଇଥିଲା । ତେଣୁ ହୋଟେଲ କତ୍ତୃପକ୍ଷ କାର ମାଲିକଙ୍କୁ କ୍ଷତି ପୂରଣ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ରାୟ ଦେଇ କୋର୍ଟ କହିଛନ୍ତି ପାର୍କିଂରେ ଗାଡି ରଖିବା ପୂର୍ବରୁ ସ୍ଲିପ ନେଇ ହୋଟେଲ କତ୍ତୃପକ୍ଷ ଯେଉଁ ଭଳି ଭାବେ ମାଲିକଙ୍କ ଠାରୁ ଗାଡି ନେଇଥିଲେ ସେହିଭଳି ଭାବେ ପୁଣି ଗାଡି ଫେରାଇ ଦେବା ହେଉଛି ହୋଟେଲ କତ୍ତୃପକ୍ଷଙ୍କ କର୍ତ୍ତବ୍ୟ ।